ଛତିଶଗଡ଼ରେ ୭ ନକ୍ସଲ ସଫା

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଆଜି ଅପରାହ୍ଣ ୪ଟା ବେଳେ ବସ୍ତର ଅଞ୍ଚଳର ତିରିୟା ଗାଁରେ ଏହି ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍‌ ଡିଆଇଜି (ନକ୍ସଲ ନିରୋଧୀ) ସୁନ୍ଦରରାଜ ପି। ମୃତ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଥିଲେ।

ଛତିଶଗଡ଼ ପୁଲିସ୍‌ର ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ନକ୍ସଲ ବିରୋଧୀ ଅଭିଯାନ ସମୟରେ ନକ୍ସଲ ଏବଂ ପୁଲିସ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଏହାର ୪ ଦିନ ପୂର୍ବରୁ ସୁକ୍‌ମାଠାରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଥିଲା। ତାକୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।