ହାଇକୋର୍ଟ ଗଲେ ସପ୍ତମ ଶ୍ରେଣୀ ଛାତ୍ର

ମୁମ୍ବାଇ:  ମୁମ୍ବାଇରେ ମହାରାଷ୍ଟ୍ର ପରିବହନ ନିଗମ ପକ୍ଷରୁ  ବସ୍‌ ସେବାକୁ ନେଇ ଜଣେ ସପ୍ତମ ଶ୍ରେଣୀ  ଛାତ୍ର ହାଇକୋଟର୍ରରେ ଦ୍ୱାରସ୍ଥ ହୋଇଛନ୍ତି।  ଏହି ଛାତ୍ର ଜଣକ ହେଉଛନ୍ତି ବସଇ ଅଞ୍ଚଳର ଶାରିୟନ ଦାବର। ମହାରାରାଷ୍ଟ୍ର ପରିବହନ ନିଗମ ପକ୍ଷରୁ ଆସନ୍ତା ମାସଠାରୁ ବସଇ ରୁ ବିରାର ପର୍ଯ୍ୟନ୍ତ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ନିଗମର ଏହି ନିଷ୍ପତ୍ତି ବିରୋଧରେ ଏହି ୧୨ ବର୍ଷର ପିଲା ଜଣକ କୋର୍ଟରେ ମାମଲା କରିଛନ୍ତି।

ଶାରିୟନଙ୍କୁ ସମର୍ଥନ କରିଛନ୍ତି ତାଙ୍କ ଶିକ୍ଷକ। ଛାତ୍ର ଜଣକ କହିବା ଅନୁଯାୟୀ ନିଜ ଘର ଠାରୁ ତାଙ୍କ ସ୍କୁଲ ପର୍ଯ୍ୟନ୍ତ ସେ ନିଗମ ପକ୍ଷରୁ ଚାଲୁଥିବା ବସରେ ଯାଉଥିଲେ। ସେହି ଅଞ୍ଚଳରେ ଯୋଗାଯୋଗ ପାଇଁ ଅନ୍ୟ କୌଣସି ମାଧ୍ୟମ ନାହିଁ। କେବଳ ନିଗମ ପକ୍ଷରୁ ବସ୍ ସେବା ଯୋଗାଇ ଦିଆଯାଇଥାଏ। ସ୍କୁଲ ଯିବା ପାଇଁ ମୋ ପରି ଅନେକ ପିଲାଙ୍କ ଏହି ବସ୍ ହିଁ ଏକମାତ୍ର ଭରସା। ମୋର ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇ ୧୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ହେଲେ ବସ୍ ସେବ ବନ୍ଦ ପରେ ବହୁ ହଇରାଣ ହେବାକୁ ପଡ଼ିବ।  ତେଣୁ ଏହି ନିଷ୍ପତ୍ତି ରଦ୍ଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ପିଲା ଜଣକ ଆବେଦନ କରିଛନ୍ତି।