ୟୁପି, ବିହାର, ମଧ୍ୟପ୍ରଦେଶ, ପ.ବଙ୍ଗ, ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ବଦଳିଲେ ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର କେତୋଟି ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ।

ଏହା ବ୍ୟତୀତ ଜଗଦୀପ ଧନଖର ହୋଇଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ। ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିପରି ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।