ସ୍କୁଲ୍‌ ପିଲାଙ୍କୁ ସେକ୍ସ ଶିକ୍ଷା: ପ୍ରଥମରୁ ପଞ୍ଚମ ପାଠ୍ୟକ୍ରମରେ ଯୋଡ଼ା ହେବ ନୂଆ କୋର୍ସ

ନୂଆଦିଲ୍ଲୀ: ସମାଜରେ ଶିଶୁମାନଙ୍କ ବିରୋଧରେ ଯେଉଁଭଳି ଅପରାଧିକ ମାମଲା ବଢିବଢି ଚାଲିଛି ଏହାକୁ ଦେଖି ଏନସିଇଆରଟି ଏବେ ଶିଶୁ ମାନଙ୍କୁ ସ୍କୁଲରେ ଏବେ ଯୌନ ଶିକ୍ଷା ଦେବା ପାଇଁ ଚିନ୍ତା କରିଛି। ସମାଜରେ ଘଟୁଥିବା ଯୌନଶୋଷଣ ଅପରାଧ ପ୍ରତି ଶିଶୁମାନଙ୍କୁ ଉଜାଗର କରିବା ପାଇଁ ଏନସିଇଆରଟି ନିଜ ସିଲାବସ୍‌ରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଯେଉଁଥିରେ କ୍ଲାସ୍‌ ୧ ଠାରୁ ଆରମ୍ଭ କରି କ୍ଲାସ୍‌ ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷା ପ୍ରଦାନ କରାଯିବ। ଛାତ୍ରଛାତ୍ରୀ ମାନଙ୍କୁ ଏଡୁକେସନାଲ୍‌ ଫିଲ୍ମ ଏବଂ କାଉନସିଲରଙ୍କ ସହାୟତାରେ ଏହି ଶିକ୍ଷା ଦିଆଯିବ। ଏନସିଇଆରଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶିଶୁମାନେ ଯେତେବେଳେ ବଡ ହୋଇଯିବେ ସେତେବେଳେ ସେମାନେ ନିଜ ଧ୍ୟାନ ନିଜେ ରଖିପାରିବେ। ହେଲେ କୁନି କୁନି ଛାତ୍ରଛାତ୍ରୀ ଏବେ ନିଜ ଧ୍ୟାନ ରଖିପାରିବେ ନାହିଁ । ସେଥିପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଉଛି ଫଳରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଅଧିକ ଶକ୍ତ କରିହେବ।