ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସଏଚ କାପାଡିଆଙ୍କ ପରଲୋକ

ମୁମ୍ବାଇ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସଏଚ କାପାଡିଆଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଆଜି ଏହି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ଶାହାନୱାଜ। ପାର୍ସି ରୀତି ନୀତି ଅନୁସାରେ ଆଜି ତାଙ୍କର ଶେଷକୃତ୍ୟ ଡୁଙ୍ଗରୱାଡିରେ ଅନୁଷ୍ଠିତ ହେବ। ମୃତ୍ୟୁ ସମୟରେ ତାଙ୍କ ପତ୍ନୀଙ୍କ ସହ ପୁଅ ଓ ଝିଅ ଉପସ୍ଥିତ ରହିଥିଲେ।

ସ୍ୱର୍ଗତ କାପାଡିଆ ଭାରତ ୩୮ତମ ମୁଖ୍ୟ ବିଚାରପତି ଭାବେ ୨୦୧୦ ମେ’ମାସରୁ ୨୦୧୨ ସେପ୍ଟେମ୍ବର ଯାଏଁ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।