ଶାମିଙ୍କୁ ନିର୍ଲଜ-ଲଫଙ୍ଗା କହିଲେ ପତ୍ନୀ ହସୀନ୍‌ ଜାହାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସଙ୍ଗୀନ ପୁଣି ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍‌ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍‌ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବାବେଳେ ଏବେ ହସୀନ୍‌ ଆଣିଥିବା ଅଭିଯୋଗ ଏହାକୁ ଆହୁରି ଜଟିଳ କରିଛି।

Lafanga shami Ahmad ne tiktok account khola hai usme 97 logon ko follow kia hai Lafange NE jisme 90 ladkien hai, khulla besharm Lafanga hai,ek bachi ki bap ho kar sharam nhi ise chiii chiii

Hasin Jahan यांनी वर पोस्ट केले बुधवार, २६ जून, २०१९

ହସୀନ କହିଛନ୍ତି, ଶାମି ଟିକ୍‌ଟକ୍‌ରେ ୯୭ ଜଣଙ୍କୁ ଫଲୋ କରନ୍ତି। ସେମାନଙ୍କ ମଧ୍ୟରୁ ୯୦ ଜଣ ହେଉଛନ୍ତି ଝିଅ। ସେ ଏହି ପୋଷ୍ଟରେ ଲେଖିଛନ୍ତି, “ଲଫଙ୍ଗା ଶାମି ଟିକ୍‌ଟକ୍‌ ଆକାଉଣ୍ଟ ଖୋଲିଛି, ଯେଉଁଥିରେ ୯୭ ଜଣକୁ ଫଲୋ କରୁଛି ଏବଂ ସେମାନଙ୍କ ମଧ୍ୟରୁ ୯୦ ଜଣ ଝିଅ। ଗୋଟିଏ ଝିଅର ବାପା ହୋଇ ଲାଜ ଲାଗୁନି ୟାକୁ, ଛି ଛି।”

ତେବେ ହସୀନ୍‌ ଏହି ପୋଷ୍ଟ କରିବା ପରେ ଜଣେ ସ୍କ୍ରିନ୍‌ଶଟ୍‌ ସହ କମେଣ୍ଟ ଦେଇଥିଲେ ଏବଂ ଲେଖିଥିଲେ ଏବେ ତ ସେ ୨୩ ଜଣଙ୍କୁ ଫଲୋ କରୁଛନ୍ତି। ପ୍ରତିକ୍ରିୟାରେ ହସୀନ୍‌ କହିଥିଲେ, “ହଁ ମୁଁ ପୋଷ୍ଟ କଲାପରେ ସେ ଅନ୍‌ଫଲୋ କରିଥିବ। ଏବେ ଅନ୍‌ଫଲୋ କରାଇଲି, ଆଗକୁ ଦେଖ ଆଉ କ’ଣ କ’ଣ କରାଉଛି।”

ଶାମି ବର୍ତ୍ତମାନ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହତ ହେବାପରେ ଦଳରେ ସୁଯୋଗ ପାଇଥିବା ଶାମି ଉଭୟ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪ଟି ଲେଖାଏ ୱିକେଟ୍‌ ନେଇସାରିଛନ୍ତି। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ରେ ହସୀନ୍‌ଙ୍କ ମନ୍ତବ୍ୟକୁ ଏଡ଼ାଇ ଶାମି କିଭଳି ଭାବରେ ଦଳ ପାଇଁ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।