ସୁନନ୍ଦା ମୃତ୍ୟୁ ମାମଲା: ଶଶି ଥରୁରଙ୍କର ହୋଇପାରେ ଲାଇ ଡିଟେକ୍ଟ ଟେଷ୍ଟ

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁର ଲାଇ ଡିଟେକ୍ଟର ଟେଷ୍ଟର ସମ୍ମୁଖୀନ ହୋଇପାରନ୍ତି। ପୂର୍ବରୁ ଏହି ମାମଲାରେ ୩ ଥର ଜେରା ହୋଇଛନ୍ତି ଥରୁର।

ଥରୁରଙ୍କ ଘରୋଇ ସହାୟକ ନାରାୟଣ ସିଂହ ଓ ଡ୍ରାଇଭର ବଜରଙ୍ଗୀଙ୍କୁ ପୁଣିଥରେ ଦିଲ୍ଲୀ ପୋଲିସ ଜେରା କରିଛି। ଏମ୍ସ ମେଡିକାଲ ବୋର୍ଡର ମତକୁ ଭିତ୍ତି କରି ଦିଲ୍ଲୀ ପୋଲିସ ସେମାନଙ୍କୁ ପୁଣି ଜେରା କରିଛି।ଗତ ତିନି ଦିନରେ ସେମାନଙ୍କୁ ଏସଆଇଟି ଲାଗତାର ୨ଥର ପଚରାଉଚରା କରିଛି। ସେହିପରି ଲୋଧି ଇଷ୍ଟେଟ୍ ଆଖପାଖରେ ଥିବା ୧୨ରୁ ଅଧିକ ଔଷଧ ଦୋକାନର ମାଲିକଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରିଛି।

ସୂଚନାଯୋଗ୍ୟ, ୨୦୧୪ ଜାନୁଆରୀ ୧୭ ତାରିଖରେ ଏକ ପଞ୍ଚ ତାରକା ହୋଟେଲରେ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା।