ଶଶିକଳା ଦୋଷୀ ସାବ୍ୟସ୍ତ, ୪ ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ଗତ କିଛି ଦିନ ଧରି କସରତ ଚଳାଇଥିବା ଶଶିକଳାଙ୍କୁ ଲାଗିଛି ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ଆୟ ବହିର୍ଭୂତ ସଂପତ୍ତିଠୁଳ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶଶିକଳା। କୋର୍ଟ ତାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତୁରନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁପ୍ରିମ୍‌କୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଧାୟକ ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଦୋଷୀ ସାବ୍ୟସ୍ତ ହେବା ପରେ ଶଶିକଳାଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯାଇଛି। ଅନ୍ୟପକ୍ଷରେ ପନିରସେଲଭମ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଆଶା ଉଜ୍ଜୀବିତ ହୋଇଛି।