ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ନିଜ ଦଳରେ ବିରୋଧ

ନୂଆଦିଲ୍ଲୀ: ହୀରା ବେପାରୀ ନିରବ ମୋଦି ପଞ୍ଚାବ ନ୍ୟାସନାଲ ବ୍ୟାଙ୍କରୁ  ୧୧,୦୦୦ କୋଟି ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଛନ୍ତି। ନିରବ ବିଦେଶରେ ଲୁଚି ରହିଥିବା କୁହାଯାଉଛି। ଏହି ଘୋଟାଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଏହି ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ ଓ ତାଙ୍କ ସହଯୋଗୀ ଦଳ । ଏବେ ଏହି ମାମଲାରେ ମୋଦି ନିଜ ଦଳ ଭିତରୁ ମଧ୍ୟ ସମାଲୋଚନାର ଶିକାର ହେଉଛନ୍ତି। ବିଜେପି ନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ପ୍ରଥମ ଟ୍ୱିଟ୍‌ରେ ଲେଖିଛନ୍ତି,“ ହେ ପ୍ରଧାନ ସେବକ, ହେ ପ୍ରଧାନ ରକ୍ଷକ ଓ ଚୌକିଦାରୀ-ଏ-ବତ୍‌ନ ସମସ୍ତ ଧୋକାବାଜ ଦିନ ଦ୍ୱିପ୍ରହରରେ ଦୁର୍ନୀତି କରି ବିଦେଶ ପଲାଇଲେ। ତେଣୁ କଣ ଆମେ ନେହେରୁକୁ ଦୋଷୀ କରିପାରିବା। ଯିଏ ଅନ୍ତରାଷ୍ଟ୍ରୀୟ ଉଡାଣ ଭରିବା ପାଇଁ ଏୟାରଲାଇନ୍ସକୁ  ଲାଇସେନ୍ସ ଦେଇଥିଲେ।”

ସେ ଦ୍ୱିତୀୟ ଟ୍ୱିଟ୍‌ରେ ଲେଖିଛନ୍ତି,“ ବଡ଼ ଚୌକିଦାର ଶୋଇପଡ଼ିଛି, ଛୋଟ ଦମ୍‌ଦାର ହଜିଗଲା ଆଉ ଆମେ ସବୁ ଦେଖିକି ରହିଗଲୁ।”

ସେହପିରି ତୃତୀୟ ଟ୍ୱିଟ୍‌ରେ ଶତ୍ରୁଘ୍ନ ସିହ୍ନା ମୋଦିଙ୍କୁ କ୍ୟାସଲେସ୍‌ ଇକୋନମିକୁ ନେଇ ଟାର୍ଗେଟ୍‌ କରି କହିଛନ୍ତି,“ ଏହି ଦେଶର କ୍ୟାସଲେସ୍‌କୁ ଏପରି ନିଅ ନାହିଁ, ଆଗକୁ ଅନ୍ୟ ଲୋକ ମଧ୍ୟ ସାମ୍ନାକୁ ଆସିବାର ଅଛନ୍ତି।”