ଶୀନା ହତ୍ୟା ମାମଲା: ପିଟରଙ୍କର ହେଲା ଲାଇ-ଡିଟେକ୍ଟର ଟେଷ୍ଟ୍

ନୂଆଦିଲ୍ଲୀ: ପୂର୍ବତନ ମିଡିଆ ଟାଇକୁନ୍ ପିଟର ମୁଖାର୍ଜିଙ୍କର ଶନିବାର ଲାଇ-ଡିଟେକ୍ଟ ଟେଷ୍ଟ୍ କରାଯାଇଛି। ତିନି ବର୍ଷ ତଳେ ଘଟିଥିବା ସାବତ ଝିଅ ଶୀନା ବୋରା ହତ୍ୟା ମାମଲାରେ ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ୍ କରାଯାଇଛି। ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରୋଟାରୀରେ ତାଙ୍କର ଏହି ଟେଷ୍ଟ କରାଯାଇଥିଲା। ସିବିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୀନା ବୋରା ହତ୍ୟା ମାମଲା ନେଇ ପିଟର ଓ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜିଙ୍କ ମଧ୍ୟରେ ହୋଇଥିବା ବର୍ତ୍ତାଳାପ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେହିଭଳି ପୂର୍ବରୁ ଜେରାବେଳେ ପିଟର ଦେଇଥିବା ସୂଚନାଗୁଡିକୁ ପୁଣି ଥରେ ତାଙ୍କ ଆଗରେ ରଖାଯାଇଥିଲା। ଲାଇ-ଡିଟେକ୍ଟର ଟେଷ୍ଟ୍ ବେଳେ ପିଟର ଦେଇଥିବା କିଛି ସୂଚନା ପୂର୍ବରୁ ଜେରାବେଳେ ଦେଇଥିବା ସୂଚନାଠାରୁ ପୃଥକ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ପିଟରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ଦେଇଥିଲେ ମୁମ୍ବାଇର ଏକ ସ୍ପେଶାଲ କୋର୍ଟ। ଆସନ୍ତା ସୋମବାର ପିଟରଙ୍କୁ ପୁଣି ମୁମ୍ବାଇରେ ଏକ ସ୍ପେଶାଲ କୋର୍ଟରେ ହାଜର କରାଯିବ।