ଭକ୍ତଙ୍କ ପାଦରୁ ବାହାରିବ ବିଜୁଳି ଶକ୍ତି: ଶିରିଡ଼ି ସାଇ ମନ୍ଦିରରେ ଆଉ ଏକ ଅଲୌକିକତା!

ମୁମ୍ବାଇ: ଶିରିଡ଼ି ସାଇ ମନ୍ଦିରକୁ ଭକ୍ତ ଦେବେ ବିଜୁଳି। ଏହା ଶୁଣିବା ପରେ ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନ ଥିବ। କିନ୍ତୁ କଥାଟା ଏକଦମ୍‌ ସତ। ଶିରିଡି ସାଇବାବା ମନ୍ଦିର ଟ୍ରଷ୍ଟ ବିଜୁଳି ଉତ୍ପାଦନ କରିବା ପାଇଁ ଏଭଳି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।

ପ୍ରତ୍ୟେତ ଦିନ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆସିଥାନ୍ତି। ଏହି ଭକ୍ତଙ୍କ ଚାଲିରୁ ନିର୍ଗତ ହେଉଥିବା ଶକ୍ତିକୁ ସଂରକ୍ଷିତ କରି ଏଥିରୁ ବିଜୁଳିରେ ରୂପାନ୍ତରିତ କରାଯିବ। ଫଳରେ ପୂରା ମନ୍ଦିର ଆଲୋକିତ ହୋଇ ପାରିବ। ଏଥିପାଇଁ ମନ୍ଦିର ବୋର୍ଡ ଏକ ପ୍ରାଇଭେଟ୍‌ କମ୍ପାନୀ ସହିତ ମିଳିତ ଭାବେ ଏହାର କାମ ଆରମ୍ଭ କରିଛି।

ଏହି ପ୍ରୋଜେକ୍ଟ ଦ୍ୱାରା ଭକ୍ତମାନେ ଯେଉଁ ରାସ୍ତା ଦେଇ ମନ୍ଦିରକୁ ଭିତରକୁ ପ୍ରବେଶ କରିବେ ସେହି ରାସ୍ତାରେ ଏନର୍ଜି ପେଡାଲ୍‌ ଖଞ୍ଜା ଯିବ। ପାଖାପାଖି ୨୦୦ଟି ଏହି ଏନର୍ଜି ପ୍ୟାଡେଲ୍‌ ଲଗାଯିବ ଯେଉଁଥିରେ ଭକ୍ତମାନେ ଏହି ପ୍ୟାଡ୍‌ଲ ଉପରେ ପାଦ ପକାଇ ମନ୍ଦିର ଭିତରକୁ ଯିବାମାତ୍ରେ ଏଥିରୁ ଶକ୍ତି ନିର୍ଗତ ହେବ।  ପ୍ରତ୍ୟେକ ଦିନ ପାଖାପାଖି ୫୦ହଜାର ଭକ୍ତ ଏହି ମନ୍ଦିରକୁ ଆସିଥାନ୍ତି ଫଳରେ ବହୁ ପରିମାଣର ଶକ୍ତି ସୃଷ୍ଟି ହୋଇପାରିବ। ଯେଉଁଥିରେ ମନ୍ଦିରରେ ବ୍ୟବହାର ହେଉଥିବା ସମସ୍ତ ବିଜୁଳି ଏହି ପ୍ରୋଜେକ୍ଟରୁ ହିଁ ମିଳି ପାରିବ।