ଡେଲିଭରୀ ବୟ ମୁସଲିମ ହୋଇଥିବାରୁ ଅର୍ଡର ରଦ୍ଦ କଲେ ଗ୍ରାହକ

ଭୋପାଲ: ଖାଦ୍ୟ ଡେଲିଭରୀ କରୁଥିବା ଜମାଟୋ ସହ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ଜମାଟୋରୁ ଖାଦ୍ୟ ପାର୍ସଲ ମଗାଇଥିଲେ। ହେଲେ ଜମାଟୋ ପକ୍ଷରୁ ଜଣେ ମୁସଲିମ ଡେଲିଭରି ବୟ ଖାଦ୍ୟ ନେଇ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା। ହେଲେ ଡେଲିଭରୀ ବୟ ଜଣଙ୍କ ଅଣ ହିନ୍ଦୁ ହୋଇଥିବାରୁ ବ୍ୟକ୍ତି ଜଣଙ୍କ ଏହି ଅର୍ଡକୁ ରଦ୍ଦ କରିଦେଇଥିଲେ।

ଏ ସମ୍ପର୍କରେ ବ୍ୟକ୍ତି ଜଣଙ୍କ ନିଜେ ଟ୍ୱିଟ କରି କହିଛନ୍ତି। ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ଅମିତ ଶୁକ୍ଳା ନାମକ ବ୍ୟକ୍ତି ଟ୍ୱିଟ କରି କହିଛନ୍ତି ଯେ “ମୁଁ ଜମାଟୋରୁ ଖାଦ୍ୟ ଅର୍ଡର କରିଥିଲି। ହେଲେ ସେମାନେ ଜଣେ ଅଣ ହିନ୍ଦୁଙ୍କ ହାତରେ ଖାଦ୍ୟ ପଠାଇଥିବାରୁ ମୁଁ ଏହାକୁ ରଦ୍ଦ କରିଦେଇଛି।

ହେଲେ ଜମାଟୋ କର୍ତ୍ତୃପକ୍ଷ ଅର୍ଥ ଫେରସ୍ତ କରିବେ ନାହିଁ କିମ୍ବା ଅଣ ହିନ୍ଦୁ ଡେଲିଭରୀ ବୟଙ୍କୁ ବଦଳାଇବେ ନାହିଁ ବୋଲି କହିଛନ୍ତି। ମୋର ଟଙ୍କା ଫେରସ୍ତ ପାଇବା ଦରକାର ନାହିଁ, କିନ୍ତୁ ଅର୍ଡର କ୍ୟାନସେଲ କରିବା ପାଇଁ କହିଛି।”

ଜମାଟୋ ପକ୍ଷରୁ କୁହାଯାଇଛି ଯେ, ଖାଦ୍ୟର କୌଣସି ଧର୍ମ ନଥାଏ।

ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହୋଇଛି।