ସୁସ୍ମିତାଙ୍କୁ ଅସଦାଚରଣ, ଗହଳି ଭିତରେ…

ମୁମ୍ବାଇ: ମହିଳାଙ୍କ ପ୍ରତି ଅସଦାଚରଣ ଓ ଅସୌଜନ୍ୟ ବ୍ୟବହାର ଘଟଣା ଦିନକୁ ଦିନ ବଢି ଚାଲିଛି। ଖାଲି ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଏଭଳି ଘଟଣା ଏକ ଗୁରୁତର ସମାଜିକ ସମସ୍ୟା ଭାବେ ଉଭା ହୋଇଛି। ହେଲେ ଏଭଳି ଘଟଣା ଉପରେ ଅଙ୍କୁଶ ଲଗାଇବାକୁ କାହାର ଜୁ ନାହିଁ।

ସାମ୍ପ୍ରତିକ ପରିସ୍ଥିତିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍‌। ସେ କହିଛନ୍ତି, “ଖାଲି ସାଧାରଣ ଯୁବତୀ କି ମହିଳା ନୁହେଁ, ଆମ ଭଳି ବଡିଗାର୍ଡ ନେଇ ବୁଲୁଥିବା ଅଭିନେତ୍ରୀମାନେ ମଧ୍ୟ ଅସଦାଚରଣର ଶିକାର ହେଉଛୁ।’’

ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। କେହି ପ୍ରାପ୍ତ ବୟସ୍କ ଯୁବକ ନୁହଁନ୍ତି ବରଂ ଜଣେ ୧୫ ବର୍ଷର ବାଳକ ତାଙ୍କୁ ଅସଦାଚରଣ କରିଛନ୍ତି। ଆପତ୍ତିଜନକ ଭାବେ ତାଙ୍କୁ ଛୁଇଁବାକୁ ଚଷ୍ଟା କରିଛନ୍ତି ବୋଲି କହିଛନ୍ତି ସୁସ୍ମିତା। ଏପରିକି ସେ ତାଙ୍କୁ ଧରି ପରେ ଛାଡି ଦେଇଥିବା କଥା କହିଛନ୍ତି।

ଆଜିର ଦୁନିଆରେ ଜଣେ ଯୁବତୀ ଏକୁଟିଆ ଯିବା ଆଦୌ ସୁରକ୍ଷିତ ହୋଇ ନାହିଁ । ଏଣୁ ଜନସଚେତନତାର ଘୋର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।