ପ୍ରେମର ସାଇଡ୍‌ ଇଫେକ୍ଟ: ଧରମ ଭଉଣୀ ହେଲେ ସଉତୁଣୀ

ଲକ୍ଷ୍ନୌ: ସ୍ତ୍ରୀକୁ ଛାଡ଼ି ପଡ଼ୋଶୀ ମହିଳା ସହିତ ଫେରାର ହେଲା ସ୍ଵାମୀ । ଏହି ଘଟଣା ପରେ ପ୍ରଥମ ସ୍ତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି। କହିଛନ୍ତି ମୋ ସ୍ଵାମୀଙ୍କୁ ସମ୍ପୃକ୍ତ ମହିଳା ଜଣକ ଭାଇ ଭାଇ ଡାକୁଥିଲେ। ଆଉ ଏହି ଭାଇ ଡାକରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ଦେଲେ। ଶେଷରେ ସେ ମୋ ସ୍ୱାମୀଙ୍କୁ ନେଇ ଚାଲିଗଲେ। ପରକୀୟାପ୍ରୀତିର ଏଭଳି ଏକ ରୋଚକ ଘଟଣା ୟୁପିର ଲକ୍ଷ୍ନୌରେ ଘଟିଛି।

ଏ ନେଇ ଗୌମତିନଗର ଥାନାରେ ଅଭିଯୋଗ ହୋଇଛି। ପ୍ରଥମ ସ୍ତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ପଡ଼ୋଶୀ ମହିଳାଙ୍କ ସହିତ ଫେରାର ହୋଇଯାଇଛନ୍ତି । ସମ୍ପୃକ୍ତ ମହିଳା ଜଣକ ଅଭୁଦୟ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଜୀବନସାଥୀ ଡଟକମ୍‌ରୁ ଉଭୟଙ୍କର ଦେଖା ସା‍କ୍ଷାତ ହୋଇଥିଲା । ପରେ ଉଭୟ ଉଭୟଙ୍କୁ ପସନ୍ଦ କରି ୨୦୦୭ରେ ପରିବାର ସହମତିରେ ବିବାହ ହୋଇଥିଲା।

ଅଭୁଦୟ ହାଇଦ୍ରାବଦର ଏକ ବିପିଓ କମ୍ପାନୀରେ କାମ କରୁଥିଲା । ମହିଳା ଜଣକ ଲକ୍ଷ୍ନୌର ଏକ ଇଭେଣ୍ଟ କମ୍ପାନୀରେ ଚାକିରି କରୁଥିଲେ । ବିବାହ ପରେ ଅଭ୍ୟୁଦୟ ୨୦୦୯ରେ ହାଇଦ୍ରାବାଦ ଛାଡ଼ି ଲକ୍ଷ୍ନୌ ଆସିଥିଲେ । ଏହାର ବର୍ଷକ ପରେ ଏମ୍ବିଏ ପଢ଼ିବା ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ । ଅଭୁଦୟ ଚାକିରି ଛାଡ଼ି ଦେଇଥିବାରୁ ତାଙ୍କର ସବୁ ପଢ଼ା ଖର୍ଚ୍ଚ ତାଙ୍କ ସ୍ତ୍ରୀ ବହନ କରୁଥିଲେ । ପଢ଼ା ସରିଗଲା ପରେ ଅଭୁଦୟ ଲକ୍ଷ୍ନୌରେ ପୁଣିଥରେ ଚାକିରି କରିବାକୁ ଲାଗିଲେ । ସବୁକିଛି ଠିକ ଚାଲୁଥିଲା।

ଦିନେ ଅଙ୍କିତ ଶର୍ମା ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ସୋନଲ ଆମ ସାମ୍ନାପଟ ଘରେ ରହିବାକୁ ଲାଗିଲେ । ସୋନଲ ସବୁବେଳେ ଆମ ଘରକୁ ଆସୁଥିଲେ । ମୋ ସ୍ୱାମୀ(ଅଭୁଦୟ)ଙ୍କୁ ଭାଇ ଭାଇ ଡାକୁଥିଲେ  । ସୋନଲ ତାଙ୍କ ସ୍ଵାମୀ ଅଙ୍କିତଙ୍କୁ ନେଇ ଖୁସି ନ ଥିଲେ।  ତେଣୁ ତାଙ୍କୁ ଛାଡ଼ପତ୍ର ଦେବାକୁ ଅଭୁଦୟଙ୍କ ସାହାଯ୍ୟ ଲୋଡ଼ିଥିଲେ । ସିଏ ବି ସବୁକ୍ଷେତ୍ରରେ ସୋନଲକୁ ସାହାଯ୍ୟ କରୁଥିଲେ । ଏମିତି ଚାଲିବା ପରେ ଦିନେ ସେ ତାଙ୍କ ସ୍ଵାମୀଙ୍କୁ  ସୋନଲ ସହିତ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ମହିଳା ଜଣକ ଏହାକୁ ବିରୋଧ କରିବାରୁ ଅଭୁଦୟ ରାଗିଯାଇ ତାଙ୍କୁ ଖୁବ ମାରପିଟ କରିବା ସହିତ ତାଙ୍କୁ ଛାଡ଼ିପତ୍ର ଦେବାକୁ ଧମକ ଦେଇଥିଲେ । ସେହି ଦିନ ଠାରୁ ଅଲଗା ଘର ନେଇ ରହିଥିଲେ ଅଭୁଦୟ । କିନ୍ତୁ ଅଭୁଦୟ ଲୁଚି ଲୁଚି ସୋନଲଙ୍କ ସହ ମିଳାମିଶା କରୁଥିଲେ। ପରେ ୨୦୧୪ରେ ଅଭୁଦୟ ମହିଳାଙ୍କୁ ଛାଡ଼ପତ୍ର ପଠାଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

ଏହାରି ଭିତରେ ପ୍ରେମିକା ସୋନଲ ସହ ତାଙ୍କ ସ୍ଵାମୀ ଅଭୁଦୟ ଫେରାର ହୋଇଯାଇଥିଲେ। ଏବେ ଦୁଇ ଜଣ କୋର୍ଟରେ ବିବାହ କରିଥିବା ଅଭିଯୋଗକାରୀଣି କହିଛନ୍ତି। ସେପଟେ ପ୍ରେମିକା ସୋନଲ ଗର୍ଭବତୀ ତିବା ସେ ଜାଣିବାକୁ ପାଇଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ଫଟୋ: ଉପରେ ପ୍ରକାଶ ପାଇଥିବା ଫଟୋଟି ହେଉଛନ୍ତି ସୋନଲ। ଏହି ଯୁବତୀଙ୍କ ସହ ଅଭୁଦୟ ଫେରାର ହୋଇଯାଇଛନ୍ତି।