ଭାରତୀୟ ବଂଶୋଦ୍ଭବ ସିଦ୍ଧାର୍ଥଙ୍କୁ ଆତଙ୍କବାଦୀ ଘୋଷଣା କଲା ଆମେରିକା: ଗଳା କାଟିବାକୁ ଦିଆଯାଇଥିଲା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସିଦ୍ଧାର୍ଥ ଧରକୁ ଅନ୍ତର୍ଜାତୀୟ ଅାତଙ୍କବାଦୀ ତାଲିକାରେ ସାମିଲ କରିଛି ଅାମେରିକା। ସିଦ୍ଧାର୍ଥ ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସେ ହେଉଛି ବ୍ରିଟେନ ନାଗରିକ। ସିଦ୍ଧାର୍ଥକୁ ଏବେ ସମସ୍ତେ ନୂଅା ଜିହାଦି ଜନ୍ ବୋଲି କହୁଛନ୍ତି ।  ଭାରତରେ ଜନ୍ମିତ ସିଦ୍ଧାର୍ଥ ପ୍ରଥମେ ହିନ୍ଦୁ ଥିଲେ ମଧ୍ୟ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲା ଓ ତାର ନାଁ ରଖିଥିଲା ଅବୁ ରୁମାୟସା।   ସେ ହେଉଛି ବ୍ରିଟେନର ଅାତଙ୍କବାଦୀ ସଂଗଠନ ଅଲ୍ ମୁହାଜିରୋଁର ସଦସ୍ୟ।   ୨୦୧୪ରୁ ସେ ବ୍ରିଟେନରୁ ଖସି ସିରିଅା ପଳାଇ ଯାଇଥିଲା।   ଏବଂ ସେଠାରେ ଅାଇଏସ୍‌ରେ ଯୋଗ ଦେଇଥିଲା।   କମ୍ ଦିନ ମଧ୍ୟରେ ସେ ଅାଇଏସ୍‌ ଉଚ୍ଚ ପଦ ପାଇଥିଲା  ଏପରିକି ଗଳା କାଟି ହତ୍ୟା କରିବା ଦାୟିତ୍ୱ ଦିଅାଯାଇଥିଲା ସିଦ୍ଧାର୍ଥଙ୍କୁ।   ତାକୁ ଅାତଙ୍କବାଦୀ ତାଲିକାରେ ଅାମେରିକା ସାମିଲ କରିବା ଦ୍ୱାରା ଏବେ ତା ବିରୋଧରେ ଅାର୍ଥିକ କଟକଣା ଲଗାଯାଇପାରିବ।   ତା’ ସହିତ ତା ସଂପତ୍ତିକୁ ଅାମେରିକା ଜବତ ମଧ୍ୟ କରିପାରିବ ।