ରାଗ ସମ୍ଭାଳି ପାରିଲେନି ସିଦ୍ଧୁ , କହିଲେ ମୁଁ କ’ଣ କରିବି କେହି ମୁଣ୍ଡ ଖେଳେଇବା ଦରକାର ନାହିଁ

ନୂଆଦିଲ୍ଲୀ: ପଞ୍ଜାବରେ ମନ୍ତ୍ରୀ ହେବା ପରେ କପିଲ ଶର୍ମା ଶୋ’କୁ ଫେରିବେ କି ନାହିଁ। ନା ସେ ପୁରାପୁରି ସକ୍ରିୟ ରାଜନୀତିରେ ରହିବେ। ଗତ କିଛି ଦିନ ହେଲା ଗଣମାଧ୍ୟ ପ୍ରତିନିଧିଙ୍କ ଏମିତି ପ୍ରଶ୍ନବାଣରେ ନବଜାତ ସିଂ ସିଦ୍ଧୁଙ୍କୁ ଘାଇଲା ହେବାକୁ ପଡ଼ୁଥିଲା। ଉତ୍ତର ଜାଣିବାକୁ  ରାତିଦିନ ସିଦ୍ଧୁଙ୍କ ଚାରିପଟେ ଛାଇ ହୋଇ ରହିଲେ ଗଣମାଧ୍ୟମ ପ୍ରତିନିଧି।  ଏମିତି ହଲାପଟା ହେଲେ ଯେ, ଶେଷରେ ଆଉ ରାଗ ସମ୍ଭାଳିପାରିଲେନି ସିଦ୍ଧୁ।

ଏନେଇ କଡ଼ା ଜବାବ ରଖିଛନ୍ତି ସେ । କହିଛନ୍ତି ମୋ ଅଫିସ କାମ ସରିବା ପରେ ମୁଁ କ’ଣ କରିବି ତାହା ବ୍ୟକ୍ତିଗତ  ମାମଲା।  ଏଥିରେ କେହି ମୁଣ୍ଡ ଖେଳେଇବା ଉଚିତ ନୁହେଁ।  ସେ କହିଛନ୍ତି ଯେ, ସକାଳା ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁଁ ଅଫିସ କାମରେ ରହିବି। ରାତିରେ କ’ଣ କରି ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ମୁଁ ବିଭିନ୍ନ ପ୍ରକାର ଟେଲଭିଜନ ଶୋ’ରୁ  ମୁଁ ଅବ୍ୟାହତ ନେଇ ସାରିଲୁଣି। ଏବେ ଯାହା କରୁଛି ସେଥିରେ  କାହା ହସ୍ତେକ୍ଷପକକୁ ମୁଁ ପସନ୍ଦ କରେନି। ସିଦ୍ଧୁଙ୍କ ଏହି ଉତ୍ତରରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା। ସେ କପିଲ ଶର୍ମା ଶୋ ଛାଡ଼ିବେନି।