କଂଗ୍ରେସରେ ଯୋଗ ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ନବଜୋତ୍‌ ସିଂ ସିଦ୍ଧୁ। କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କ ସହ ଦୁଇ ଥର ଭେଟିବା ପରେ ସିଦ୍ଧୁ କଂଗ୍ରେସରେ ଯୋଗ ଦେଇଛନ୍ତି।

ଅମୃତ୍‌ସର ପୂର୍ବ ଆସନରୁ ସିଦ୍ଧୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧୁଙ୍କ ପତ୍ନୀ ନବଜୋତ୍‌ କୌର ପୂର୍ବରୁ କଂଗ୍ରେସରେ ଯୋଗ ଦେଇସାରିଛନ୍ତି। ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ମଧ୍ୟ କରାଯାଇଛି।

ଗତବର୍ଷ ସେପ୍ଟମ୍ବରରେ ସିଦ୍ଧୁ ଦଳରେ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ କରି ବିଜେପି ଛାଡ଼ିଥିଲେ।