ସୀମାରେ ଗୁଳି ବିନିମୟ, ମୋଦିଙ୍କୁ ଆମ୍ୱ ପଠାଇଲା ପାକିସ୍ତାନ

ଇସଲାମାବାଦ: ସୀମାରେ କିଛିଦିନ ହେବ ପାକିସ୍ତାନୀ ସେନାଙ୍କ ଗୁଳିବର୍ଷଣ ଯୋଗୁଁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିବା ଲାଗି ଆମ୍ୱ କୂଟନୀତି ଆରମ୍ଭ କରିଛନ୍ତି। ଇଦ‍୍‌ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଆମ୍ୱ ପେଟି ପଠାଇଛନ୍ତି। ସରିଫଙ୍କ ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ଆମ୍ୱ ପଠାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଥର ଲାଗି ଆମ୍ୱ କୂଟନୀତି ହୋଇଛି। ଗତବର୍ଷ ଦୁଇଦେଶ ମଧ୍ୟରେ ଆମ୍ୱ ଆଦାନ ପ୍ରଦାନ ହୋଇଥିଲା। ଇଦ‍୍‌ ଅବସରରେ ବିଏସ‍୍‌ଏଫ୍ ପକ୍ଷରୁ ପ୍ରଦାନ କରାଯାଇଥିବା ମିଠାକୁ ପାକିସ୍ତାନ ଫେରାଇ ଦେଇଥିଲା। ଏବେ ସରିଫ ଆମ୍ୱ ପଠାଇଛନ୍ତି। ସରିଫଙ୍କ ଏହି କୂଟନୀତି କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।