ସିଙ୍ଗାପୁରରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର

ସିଙ୍ଗାପୁର: ସିଙ୍ଗାପୁରରେ ଓଡ଼ିଆ ସୋସାଇଟି ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଗଜପତି  ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେଇଥିଲେ। ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିର୍ଟିର ଇଜିନିୟରିଂ ଅଡିଟୋରିୟମରେ ଆୟୋଜିତ ସଭାରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଏହାର ସଂସ୍କୃତି ଉପରେ ଗଜପତି ମହାରାଜ ଆଲୋକପାତ କରିଥିଲେ। ଏହି ଅବସରରେ ଗଜପତି ମହାରାଜ ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।