କଣ୍ଠଶୀଳ୍ପି ଲଭ୍ ଜଂଜୁଆଙ୍କ ମୃତ ଶରୀର ଉଦ୍ଧାର

ମୁମ୍ୱାଇ: ବଲିଉଡ୍ ସିଙ୍ଗର୍ ଲଭ୍ ଜଂଜୁଆଙ୍କ ମୃତ ଶରୀର ଆଜି ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଚାକରାଣୀ ଘରେ ପହଞ୍ଚିବା ପରେ ତାଙ୍କ ମୃତ ଶରୀର ଶୋଇବା ରୁମରେ ପଡିଥିବେ ଦେଖିଥିଲେ। ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।
ଫିଲ୍ମ ‘କୁଇନ୍’ରେ ‘ଲଣ୍ଡନ ଠୁମକଦା’ଗୀତ ଗାଇ ସେ ବେଶ୍ ପରିଚୟ ଲାଭ କରିଥିଲେ। ଏହାସହିତ ସେ ‘ସିଙ୍ଗ୍ ଇଜ୍ ବ୍ଲିଂ’, ‘କୁଇନ୍’, ‘ସିଂ ଇଜ୍ କିଙ୍ଗ୍’, ‘ଗରମ ମସଲା’ , ‘ବ୍ୟାଣ୍ଡ ବାଜା ବାରରାତ୍’ ଓ ‘ପାଟର୍ନର’ ଭଳି ଅନେକ ଫିଲ୍ମରେ ଗୀତ ଗାଇଥିଲେ।