ସିରିଆ ସହ ଇରାକରେ ଆଇଏସ ବିରୋଧରେ ଆକ୍ରମଣ ଜୋରଦାର କରିବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାନକୋଇସ୍ ହୋଲାଣ୍ଡେ ସିରିଆ ସହିତ ଇରାକରେ ଆଇଏସ ବିରୋଧୀରେ ଆକାଶ ମାର୍ଗରୁ ଅଧିକରୁ ଅଧିକ ଆକ୍ରମଣ କରିବାକୁ ଆଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇ କୁହାଯାଇଛି ସିରିଆ ଓ ଇରାକରେ ଚାଲିଥିବା ଅଭିଯାନକୁ ଅଧିକ ଜୋରଦାର କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ହୋଲାଣ୍ଡେ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଓ ସେନା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।