ସିରିଆରେ ବିଦ୍ରୋହୀଙ୍କ ରକେଟ୍ ମାଡ, ୨୦ ଲୋକ ମୃତ

ଦାମସ୍କି: ସିରିଆର ଉଲେପ୍ପୋରେ ସରକାରଙ୍କ ନିୟନ୍ତ୍ରଣ ଅଞ୍ଚଳକୁ ଟାଗେର୍ଟ କରି ବିଦ୍ରୋହୀମାନେ ରକେଟ୍ ମାଡ କରିଛନ୍ତି । ଏହି ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଲୋକ ଆହତ ହୋଇଛନ୍ତି। ସିରିଆର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବିଦ୍ରୋହୀମାନେ ୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୦ ରକେଟ୍ ମାଡ କରିଥିଲେ।