ସିରିଆର ଐତିହାସିକ ’ପାଲମ୍ୟାର’ ସହରକୁ କବଜା କଲା ଆଇଏସ୍

ପାଲମ୍ୟାରା: ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ସିରିଆର ପାଲମ୍ୟାରାକୁ କବଜା କରିଛନ୍ତି। ପାଲମ୍ୟାରା ଏକ ପ୍ରାଚୀନ ସହର ଯାହା ୟୁନିସ୍କୋର ବିଶ୍ୱ ଐତିହ୍ୟ ମାନଚିତ୍ରରେ ସାମିଲ ହୋଇଛି । ସିରିଆର ସରକାରୀ ଟିଭି ଅନୁସାରେ,ସରକାରୀ ସୁରକ୍ଷାବଳକୁ ପାଲମ୍ୟାରା ଠାରୁ ହଟାଇ ଦିଆଯିବା ସହ ସହରକୁ ଖାଲି କରିଦିଆଯାଇଛି । ସିରିଆ ଗୃହମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଐତିହାସିକ ସ୍ଥଳୀକୁ ନିଜ କବଜାକୁ ନେବକୁ ଉଦ୍ୟମ କରୁଛନ୍ତି । ଆଇଏସ୍ ଆତଙ୍କବାଦୀମାନେ ଲଡାକେ ସହରର ଦକ୍ଷିଣରେ ଥିବା ଐତିହାସିକ ସ୍ଥଳୀକୁ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି। ୟୁନିସ୍କୋର କହିବା ଅନୁସାରେ ପାଲମ୍ୟାରାରେ ପ୍ରାଚୀନ ଭଗ୍ନାବିଶେଷ ରହିଛି ଯାହା ସଂସ୍କୃତିକୁ ବଞ୍ଚାଇ ରଖିଛି।