ସିରିଆ: ଆଇଏସ ଆତଙ୍କବାଦୀଙ୍କ ଉପରେ ସବମେରାଇନରୁ ରୁଷର ଆକ୍ରମଣ

ମସ୍କୋ: ସିରିଆରେ ଥିବା ଆଇଏସ ଆଇଏସ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ପଣ କରିଛି ରୁଷ। ବୁଧବାର ଭୂମଧ୍ୟସାଗରରେ ରୁଷ ତାର ସବମେରାଇନରୁ ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରକୁ ବିମାନ ଯୋଗେ ବୋମାମାଡ କରିଛି। ଆଇଏସକୁ ନିପାତ କରିବା ପାଇଁ ପ୍ରଥମ ଥର ପାଇଁ ସବମେରାଇନକୁ ବ୍ୟବହାର କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ସୂଚନା ଦେଇଛନ୍ତି। ରୁଷ ପକ୍ଷରୁ ସିରିଆର ରାକ୍କା ସହରକୁ ଟାର୍ଗେଟ କରି ରୋଷ୍ଟଭ୍-ଅନ୍-ଡନ୍ ସବମେରାଇନରୁ ୨୨ଟିରୁ ଅଧିକ କାଲିବର୍ କ୍ରୁଇଜ୍ ମିସାଇଲ ମାଡ କରାଯାଇଛି। ଏଥିରେ ବହୁ ଆତଙ୍କବାଦୀ ପ୍ରାଣ ହରାଇଥିବା ରୁଷ ଦାବି କରିଛି।