ସିରିଆ:ଆଇଏସର ୧୬ଟି ଆଡ୍ଡା ଉପରେ ଫ୍ର।ନ୍ସ ବାୟୁସେନାର ବୋମାମାଡ

ଡମାସକସ୍: ପ୍ୟାରିସ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଫ୍ରାନ୍ସ। ସିରିୟାରେ ଥିବା ଆଇଏସ୍ ଆଡ୍ଡାରେ ଫ୍ରାନ୍ସର ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଫ୍ରାନ୍ସର ଆକ୍ରମଣରେ ସିରିଆର ରକ୍କା ସହରରେ ଥିବା ଆଇଏସର ଏକ କମାଣ୍ଡ ସେଣ୍ଟର ଓ  ଏକ ପ୍ରଶିକ୍ଷଣ ଶିବିର ଧ୍ୱଂସ ପାଇଯାଇଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିରିୟାର ପ୍ରାୟ ୧୬ଟି ସ୍ଥାନରେ ଆଜି ଆକାଶମାର୍ଗରୁ ବୋମାମାଡ଼ କରାଯାଇଥିବା ଫ୍ରାନ୍ସ କହିଛି। ସେପଟେ ପ୍ୟାରିସ୍ ଆକ୍ରମଣ ପରେ ସତର୍କ ହୋଇଛି ଭାରତ। ଦେଶରେ ଆଇଏସ୍ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେଣୁ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି। ବିଭିନ୍ନ ରାଜ୍ୟରେ ଚାଲିଥିବା ବିଦେଶୀ କାର୍ଯ୍ୟକ୍ରମ, ପର୍ଯ୍ୟଟନ ସ୍ଥଳୀ, ବିଦେଶୀଙ୍କ ଯିବା ଆସିବା ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।