ସିରିଆ: ତିନି ଆତଙ୍କୀ ଗୋଷ୍ଠୀ ଉପରେ ବିମାନ ଆକ୍ରମଣ,୩୮ ଆଇଏସ ଆତଙ୍କୀ ମୃତ

ବୈରୁତ: କେନ୍ଦ୍ର ସିରିଆରେ ମଙ୍ଗଳବାର ଡମାସକସ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୩୮ ଜଣ ଆଇଏସ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଆକ୍ରମଣ ତିନି ଜିହାଦୀ ଗୋଷ୍ଠୀଙ୍କ ବିରୋଧରେ କରାଯାଇଥିବା ସୂଚନା ମିଳିଛି।

ସେହିପରି ସୋମବାର ବିଳମ୍ବିତ ରାତିରେ ମଧ୍ୟ ସିରିଆରେ ପାଲମୟାରା ଓ ହୋମ୍ସ ପ୍ରଦେଶର ଦୁଇଟି ସହର ଉପରେ ଆକ୍ରମଣ ହୋଇଛି। ଏଥିରେ ବହୁ ସାଧାରଣ ଲୋକଙ୍କ ସମେତ ବହୁ ଆଇଏସ ଆତଙ୍କୀ ମୃତାହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଇଏସ କବଳରୁ ସିରିଆକୁ ମୁକ୍ତ କରିବା ପାଇଁ ରୁଷିଆ ସହଯୋଗରେ ସିରିଆ ଏୟାରଫୋର୍ସ ବିମାନ ଆକ୍ରମଣକୁ ତୀବ୍ର କରିଛି।