ଶ୍ରୀନଗର: ସୁଡ଼ଙ୍ଗରେ ସଟ୍ ସର୍କିଟ,୧୦ ଶ୍ରମିକ ମୃତ 

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାର ଚନ୍ଦ୍ରକୋଟ ଅଞ୍ଚଳର ତଲାୱାସରେ ଥିବା ଏକ ସୁଡ଼ଙ୍ଗ କାମ ଚାଲିଥିବା ବେଳେ ସଟ୍ ସର୍କିଟ୍ ହୋଇ ନିଆଁ ଲାଗି ଯିବାରୁ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାରେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ମିଳିଥିବା ୧୦ଟି ଶବ ପୂରାପୂରି ଜଳି ଯାଇ ଥିବାରୁ ଚିହ୍ନିଟ କରିବା କଷ୍ଟକର ହୋଇଥିବା ପୋଲିସ କହିଛି।