ଶିଶୁକୁ ଜୀବନ୍ୟାସ ଦିଅନ୍ତି ଶିକ୍ଷକ: ମୋଦି

ନୂଆଦିଲ୍ଲୀ: ମାଆ ଶିଶୁକୁ ଜନ୍ମ ଦିଏ, ହେଲେ ଶିକ୍ଷକ ଜୀବନ୍ୟାସ ଦିଅନ୍ତି। ଗୁରୁ ଦିବସ ପୂର୍ବରୁ ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କୁ ଆଜି ନୂଆ ଦିଲ୍ଲୀରେ ସମ୍ୱୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିକ୍ଷକଙ୍କ ସହିତ ଛାତ୍ରମାନେ ତାଙ୍କ ଜୀବନର ସବୁଠାରୁ ଅଧିକ ସମୟ ଅତିବାହିତ କରିଥାନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡକ୍ଟର ରାଧାକ୍ରିଷ୍ଣନ୍ ସବୁବେଳେ ଶିକ୍ଷକଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ମନେପକାନ୍ତି। ସେହିପରି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲ କାଲାମ ମଧ୍ୟ ଜଣେ ଶିକ୍ଷକ ଭାବେ ମନେ ରହିବାକୁ ଚାହୁଁଥିଲେ। ଶିକ୍ଷାଦାନ କରୁଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଥିଲା। ଗୁରୁ ଦିବସ ହେଉଛି ଶିକ୍ଷକଙ୍କୁ ମନେ ପକାଇବାର ଦିନ। ଆସନ୍ତାକାଲି ଗୁରୁ ଦିବସ। ଏହାର ଦିନକ ପୂର୍ବରୁ ମୋଦି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି।