ବିମାନ ଯାତ୍ରା ବାଟ ବନ୍ଦ: କାରରେ ଦିଲ୍ଲୀ ଗଲେ ଶିବସେନା ଏମପି

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ମାଡ଼ ଘଟଣା। ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ମାଡ଼ ମାରି ଶିବସେନା ଏମପି ରବିନ୍ଦ୍ର ଗଏକୱାଡ଼ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତ। ବିମାନ ଯାତ୍ରା ନେଇ ରବିନ୍ଦ୍ରଙ୍କ ଉପରେ ପ୍ରଥମେ  ଏୟାର ଇଣ୍ଡିଆ ରୋକ ଲଗାଇବା ପରେ ଏବେ ଅନ୍ୟ ଘରୋଇ ଏୟାରଲାଇନ୍ସ ସମାନ ପଥକୁ ଆପଣାଇଛନ୍ତି।  ଫଳରେ ବିମାନଯାତ୍ରା ବନ୍ଦ ହେବା ପରେ ରବିନ୍ଦ୍ର କାରରେ ହାଇଦ୍ରାବାଦରୁ  ଦିଲ୍ଲୀ ଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ପାଇଁ ହାଇଦ୍ରାବାଦରୁ ଦିଲ୍ଲୀ ଯିବା ଲାଗି  ରବିନ୍ଦ୍ରଙ୍କର ଏଆଇ୫୫୧ ବିମାନରେ ଟିକେଟ ବୁକ ହୋଇଥିଲା। ହେଲେ ଶେଷ ମୂହୂର୍ତ୍ତରେ ତାଙ୍କ ଟିକଟ ବାତିଲ ହୋଇଥିଲା। ସେହିପରି ଆଉ ଏକ ଏୟାର ଲାଇନ୍ସରେ ଟିକଟ ହୋଇଥିଲେ ମଧ୍ୟ ସମାନ ଘଟଣା ଘଟିଥିଲା।  ଫଳରେ ସେ ବାଧ୍ୟ ହୋଇ କାରରେ  ଦିଲ୍ଲୀ ଯାଇଥିଲେ। ଏବେ ପାର୍ଲାମେଣ୍ଟ ସେସନ ଚାଲୁଥିବା ବେଳେ ରବିନ୍ଦ୍ର ଏଥିରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଛନ୍ତି।