ଶିବସେନାର ପାଲଟା ଆକ୍ରମଣ: ବିମାନରେ କାହିଁକି ଯିବେ କପିଲ ଶର୍ମା

ନୂଆଦିଲ୍ଲୀ:ଏୟାର ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ଶିବସେନା ଏମପି ରବିନ୍ଦ୍ର ଗାଏକୱାଡ଼ଙ୍କ ଦୁର୍ବ୍ୟବହାର ମାମଲାକୁ ନେଇ ଦିନକୁ ଦିନ ବିବାଦର ମୁଣ୍ଡ ଟେକୁଛି। ବିମାନରେ ଯାତ୍ରା ନେଇ ରବିନ୍ଦ୍ର ଗାଏକୱାଡ଼ଙ୍କ ଉପରେ କଟକଣା ଜାରିହେବା ପରେ ଆଜି ଲୋକସଭାରେ ଏହି ପ୍ରସଙ୍ଗ ଉଠିଥିଲା। ଶିବସେନା ଏମିପମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। କହିଥିଲେ ଯଦି ରବିନ୍ଦ୍ର ଗାଏକୱାଡ଼ଙ୍କୁ  ବିମାନ ଯାତ୍ରା ବାରଣ କରାଯାଉଛି ତେବେ ସମାନ ନିୟମ କପିଲ ଶର୍ମାଙ୍କ ଉପରେ କାହିଁକି ଲାଗୁ ହେବ ନାହିଁ। କପିଲ ଶର୍ମା ବି ମଦ ପିଇ ତାଙ୍କ ସାଥୀ କଳାକାର ସୁନିଲ ଗ୍ରୋଭରଙ୍କୁ ଗାଳିଗୁଲଜ କରିଥିଲେ। ହେଲେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଗଲାନି ବୋଲି ଏମାନେ ପ୍ରଶ୍ନ କରିଥିଲେ। ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ଏମପି ରବିନ୍ଦ୍ର ଗାଏକୱାଡ଼ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ବେଳେ ଜଣେ କର୍ମଚାରୀଙ୍କୁ ମାରପିଟି କରିଥିଲେ। ଏହା ପର ଏୟାର ଇଣ୍ଡିଆ ପକ୍ଷରୁ ଏହି ଏମପିଙ୍କ ବିମାନଯାତ୍ରାକୁ ନେଇ କଟକଣା ଜାରି କରିଥିଲା।