୮୦ ଫୁଟ୍ ତଳକୁ ଖସି ପଡ଼ିଲା ଟ୍ୟାକ୍ସି, ୬ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉପରୁ ଏକ ଟ୍ୟାକ୍ସି ତଳେ ଯାଇଥିବା ଚୁଲବନ୍ଦ ନଦୀରେ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଫେରାର ରହିଛି।
ସୂଚନାଯୋଗ୍ୟ, ପୋଲ ଉପରେ ଟ୍ୟାକ୍ସିଟି ଯାଉଥିବା ବେଳେ ତାର ଟାୟାର ଫାଟି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ପୋଲର ରେଲିଂ ଭାଙ୍ଗି ଟ୍ୟାକ୍ସିଟି  ୮୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ୟାକ୍ସିରେ ଆବଶ୍ୟକରୁ ଅଧିକ ସଂଖ୍ୟକ ଯାତ୍ରୀ ଥିଲେ।
ପୋଲ ଉପରୁ ତଳକୁ ଖସି ପଡ଼ିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଟ୍ୟାକ୍ସିରେ ମୋଟ ୧୩ ଯାତ୍ରୀ ଥିଲେ। ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ରହିଛନ୍ତି ଏବଂ ବାକି ୩ ଜଣ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।