କିଲୋମିଟରକୁ ୧୫ ପଇସା ଖର୍ଚ୍ଚରେ ଚାଲିବ ଏହି ସ୍ମାର୍ଟ ସ୍କୁଟର, ମୂଲ୍ୟ ବି ସୁହାଇଲା ପରି

ନୂଆଦିଲ୍ଲୀ: ଆଜିକାଲି ତେଲ ଦର ଯେମିତି ହୁ ହୁ ହୋଇ ବଢ଼ି ଚାଲିଛି, ଇଚ୍ଛା ଥାଇ ବି ଗାଡି କିଣିବାକୁ ଲୋକେ ଡରୁଛନ୍ତି। ଲୋକେ ଏବେ ଇଲେକ୍ଟ୍ରି ବାଇକ୍‌ କିଣିବାକୁ ପସନ୍ଦ କରୁଛନ୍ତି। ଇଲେକ୍ଟ୍ରି ବାଇକ୍‌ କିଣିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଆମ ପାଖରେ ଅଛି ଗୋଟେ ଖୁସି ଖବର। ବଜାରକୁ ଏମିତି ଏକ ସ୍କୁଟର ଆସୁଛି, ଯାହାକୁ ଚଲାଇଲେ କିଲୋମିଟରକୁ ମାତ୍ର ୧୫ ପଇସା ଖର୍ଚ୍ଚ ହେବ। ୨୦୧୮ ଅଟୋ ଏକ୍ସପୋକୁ ଆସିଥିବା ଅଟୋମୋବାଇଲ ଷ୍ଟାର୍ଟଅପ୍‌ Twenty Two Motors ଆଣିଛି ଏପରି ସ୍କୁଟର।

Twenty Two Motors ଭବିଷ୍ୟତକୁ ଦୃଷ୍ଟିରେ ରଖି ଟେକ୍ନିକାଲି ଆଡଭାନ୍ସ ସୁପର ସ୍ମାର୍ଟ ଇଲେକ୍ଟ୍ରି ଟୁ-ବାଇକ୍‌ FLOW କୁ ଲଞ୍ଚ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି, Artificial Intelligence and New-Age Commutes କୁ ଦୃଷ୍ଟିରେ ରଖି ଏହାକୁ ଡେଭଲପ୍‌ କରାଯାଇଛି। ଗତ ୮ ତାରିଖରୁ ଏହି ଇଲେକ୍ଟ୍ରି ସ୍କୁଟରର ବୁକିଂ ଆରମ୍ଭ ହୋଇଯାଇଛି। କମ୍ପାନୀ FLOW ର ମୂଲ୍ୟ ୭୪,୭୪୦ ଟଙ୍କା ରଖିଛି।two- wheeler

ଏକ ଗଣମାଧ୍ୟମକୁ ସାକ୍ଷାତାକାର ଦେଇ Twenty Two Motors ର ସିଓଓ ଏବଂ କୋ-ଫାଉଣ୍ଡ ବିଜୟ ଜନ୍ଦ୍ରାବତ କହିଛନ୍ତି, ବଜାରରେ ଭେରାଇଟି ରଙ୍ଗର ଇଲେକ୍ଟ୍ରି ବାଇକ୍‌ କମ ଦେଖିବାକୁ ମିଳୁଛି। ଆମର ଏହି ବାଇକ୍‌ରେ କିଲୋମିଟରକୁ ୧୫ ପଇସା ହିସାବରେ ଇଲେକ୍ଟ୍ରିସିଟି ଖର୍ଚ୍ଚ ହେବ। ଭାରତ ଏକ ପ୍ରାଇସ୍‌ ସେନ୍‌ସିଟିଭ ମାର୍କେଟ୍‌। ଏଥିପାଇଁ କୌଣସି ଭଲ ପ୍ରଡକ୍ଟ ବଜାରକୁ ଆସିଲେ, ଏହାକୁ ଭଲ ରେସପନ୍ସ ମିଳିଥାଏ।

ଚନ୍ଦ୍ରାବତଙ୍କ ଅନୁସାରେ ଏହି ସ୍କୁଟରକୁ ଡେଭଲପ କରିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ପ୍ରତିଦିନ ଫ୍ୟାକ୍ଟ୍ରିରେ ୩୦୦ ସ୍କୁଟର ବନାଯିବାର କାପାସିଟି ରହିଛି। ପ୍ରଥମ ବର୍ଷ ୫୦ ହଜାର ସ୍କୁଟର ବଜାରକୁ ଛାଡିବାକୁ ଯୋଜନା ରଖିଛି କମ୍ପାନୀ। ଆସନ୍ତା ୩ ବର୍ଷ ମଧ୍ୟରେ ୨ ଲକ୍ଷ ସ୍କୁଟର ବଜାର ପ୍ରବେଶ କରାଇବାକୁ ଲକ୍ଷ୍ୟ ରଖାଯାଇଛି।