ଚାଲିଛି ହାପି ଆୱାର୍‌ ସେଲ୍: ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧମାକେଦାର ଅଫର। ବଢ଼ିଆ ଡିସକାଉଣ୍ଟରେ ମିଳିବ ସ୍ମାର୍ଟଫୋନ୍‌। ବହୁ ଚର୍ଚ୍ଚିତ ସ୍ୟାମସଙ୍ଗ୍ ସ୍ମାର୍ଟଫୋନ୍ ତା’ର Happy Hour Saleର ସେକେଣ୍ଡ ଏଡିସନ୍‌ର ଘୋଷଣା କରିଛନ୍ତି। କମ୍ପାନୀ ଅନୁଯାୟୀ ପ୍ରଥମ ଏଡିସନ୍‌ରେ ଗ୍ରାହକମାନେ ବେଶ୍ ଆକୃଷ୍ଟ ହୋଇଥିଲେ, ତେଣୁ ଏହାକୁ ଦ୍ୱିତୀୟଥର ଆରମ୍ଭ କରାଯାଇଛି। ଏହି ସେଲ୍ କେବଳ ‘ଆମାଜନ୍’ରେ ଲାଗିବ। ଏହି ସେଲ୍ ଡିସେମ୍ବର ୧୯ ତାରିଖ(ଆଜି) ଦିନ ୧୨ଟାରୁ ଆରମ୍ଭ ହୋଇସାରିଛି। ‌ଏହା ରାତି ୨ଟା ପର୍ଯ୍ୟନ୍ତ ରହିବ।

ଏହି ସମୟ ମଧ୍ୟରେ ଗ୍ରାହକମାନେ Samsung On ସିରିଜ୍ ଫୋନ୍ ଗୁଡ଼ିକ ଉପରେ ଡିସ୍‌କାଉଣ୍ଟ ପାଇପାରିବେ। Galaxy On5 Proକୁ ୬,୯୯୦ ଟଙ୍କାରେ କିଣିପାରିବେ। ସେହିପରି Galaxy On7 Proକୁ ୭,୪୯୦ ଟଙ୍କାରେ କିଣିପାରିବେ।