ସଚିନଙ୍କ ନାଁରେ ସ୍ମାର୍ଟ ଫୋନ୍‌; ଆଜି ହେବ ଲଞ୍ଚ୍‌

ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍‌ କଂପାନୀ ସ୍ମାର୍ଟରନ୍ ଆଜି ନୂଆଦିଲ୍ଲୀରେ ଏହାର ଫୋନ୍‌ ଲଞ୍ଚ୍ କରିବ। ଏହାର ନାଁ ରଖାଯାଇଛି srt.phone। ଖାସ୍‌ କଥା ହେଉଛି ଏହା ସଚିନ ତେନ୍ଦୁଲକରଙ୍କ ନାମରେ ଏହି ଏଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ର ନାମକରଣ ହୋଇଛି। ସଚିନଙ୍କ ପୂରା ନାମ ସଚିନ ରମେଶ ତେନ୍ଦୁଲକର ଅନୁସାରେ ଏହାର ନାଁ ଏସ୍‌ଆର୍‌ଟି ରଖାଯାଇଛି। ସଚିନ ହିଁ ଏହାକୁ ଲଞ୍ଚ୍‌ କରିବେ।

ଏହି ଫୋନ୍‌ର ସମ୍ମୁଖରେ ସଚିନଙ୍କ ସ୍ୱାକ୍ଷର ରହିଛି। କୁହାଯାଉଛି ଏଥିରେ ୮୧୦ ଏସ୍‌ଓସି ପ୍ରୋସେସର ରହିଛି। ଏଥିରେ ୪ ଜିବି ରାମ ରହିଛି। ଏହାର ଦାମ ପ୍ରାୟ ୧୫,୦୦୦ ଟଙ୍କା ହେବ।