ସ୍ମୃତି ଇରାନୀଙ୍କ ସ୍କୁଲ ରେକର୍ଡ ଯାଞ୍ଚ ଲାଗି ଅନୁମତି ଦେବାକୁ ସିବିଏସ୍‌ସିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦଶମ ଓ ଯୁକ୍ତଦୁଇ ଶ୍ରେଣୀର ରେକର୍ଡ ଯାଞ୍ଚ କରିବାକୁ ଅନୁମତି ଦେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ କେନ୍ଦ୍ରୀୟ ସୂଚନା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଆୟୋଗ ସ୍କୁଲ ରେକର୍ଡକୁ ନିଜସ୍ୱ ସୂଚନା ମାନିବାକୁ ମନା କରିଦେବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ସ୍କୁଲ ରେକର୍ଡ ତାଙ୍କ ବ୍ୟକ୍ତିଗତ ସୂଚନା ତେଣୁ ଏହା ଦେଇ ହେବ ନାହିଁ ବୋଲି ସିବିଏସ୍‌ସି ପକ୍ଷରୁ କୁହାଯାଇଥିଲା।