ଆଶ୍ଚର୍ଯ୍ୟ: ସାପ ଚୋଟ ପରେ ସ୍ତ୍ରୀକୁ କାମୁଡ଼ିଦେଲା ସ୍ୱାମୀ: ଇଚ୍ଛା ଥିଲା ଏକାଠି…  

ପାଟନା: ଅଜବ ଘଟଣା। ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ କାମୁଡ଼ିଦେଇଛନ୍ତି।  ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିହାରର ସମସ୍ତିପୁର ଜିଲ୍ଲାରେ ଘଟିଛି।  ସମସ୍ତିପୁର ଜିଲ୍ଲାର ବ୍ରିସିଙ୍ଗପୁର ଗାଁର ଶଙ୍କର ରାଏ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇଥିଲା। ହଠାତ୍‌ ଶଙ୍କର ଉଠିପଡ଼ି ନିଜ ସ୍ତ୍ରୀ ପାଖକୁ ଆମ୍ରୀଦେବୀ ପାଖକୁ ଯାଇଥିଲେ।  ସାପ କାମୁଡ଼ିଥିବାରୁ ନିଜ ବଞ୍ଚିବା ଅଶା କ୍ଷୀଣ ବୋଲି ଆଶଙ୍କା କରିଥିଲେ ଶଙ୍କର। ସ୍ତ୍ରୀ ପାଖକୁ ଯାଇ ସଙ୍ଗେ ସଙ୍ଗେ ତାଙ୍କ ହାତକୁ କାମୁଡ଼ିଦେଇଥିଲେ। ପରେ  ଭାବବ୍ୟୁହୋଳ ହୋଇ ଶଙ୍କର  ସ୍ତ୍ରୀ ପାଖରେ ନିଜ ଇଚ୍ଛା ବ୍ୟକ୍ତ କରିଥିଲେ।

କହିଥିଲେ ସେ ତାଙ୍କୁ ଜୀବନଦେଇ ଭଲ ପାଆନ୍ତି। ମୃତ୍ୟୁ ବେଳେ ଉଭୟ ଏକାଠି ମରିବେ ବୋଲି ତାଙ୍କର ଇଚ୍ଛା ଥିବା କହିଥିଲେ। ତେଣୁ ସେ ତାଙ୍କୁ କାମୁଡ଼ିଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ବେଳେ ଡାକ୍ତର  ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ।  ମହିଳା ଜଣଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।  ପରେ ମହିଳା ଜଣକ ଘଟଣା ସମ୍ପର୍କରେ ବଖାଣିଥିଲେ।  ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ସ୍ତ୍ରୀର ହାତକୁ କାମୁଡ଼ିଦେଇ ଥିଲେ ମଧ୍ୟ ତାଙ୍କ ଶେଷ ଇଚ୍ଛା ପୂରଣ ହୋଇପାରି ନ ଥିଲା।

ସୌଜନ୍ୟ ଇଣ୍ଡିଆ ଟାଇମ୍‌ସ୍‌