ଚଳନ୍ତା କାର ଉପରକୁ ଚଢିଆସିଲା ସାପ: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଚଳନ୍ତା କାର ଉପରକୁ ଚଢି ଆସିଲା ସାପ। ଏମିତି ଏକ ବିରଳ ଘଟଣା  ଆମେରିକାର ଜର୍ଜିଆ ସହରରେ ଘଟିଛି।  ମ୍ୟାକ୍‌ ମୁର୍‌ଫି ନାମକ ଜଣେ ବ୍ୟକ୍ତି ଜାତୀୟରାଜପଥରେ ନିଜ କାର ଚଳାଉ ଥିବା ବେଳେ ହଠାତ୍‌ ତାଙ୍କ ଗାଡି ଉପରକୁ ଏକ ସାପ ଉଠି ଆସିଥିଲା।

କାର ସାମ୍ନା କାଚରେ ସାପଟି  ଧିରେ ଧିରେ ଆଗକୁ ଅଗ୍ରସର ହେଉଥିଲା। କିଛି ସମୟ ପରେ ସାପଟି କାର  ଡୋର ଦେଇ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା।  ଶେଷରେ ମ୍ୟାକ୍‌ ମୁର୍‌ଫି  ଚିତ୍କାର କରିବାରୁ ସାପଟି ଖସି ପଳାଇଯାଇଥିଲା। ତେବେ ଏହି ଦୃଶ୍ୟଟିକୁ ସେ ନିଜେ  ମୁରଫି କ୍ୟାମେରାରେ କଏଦ କରିଥିଲେ। ପରେ ଏହି ଭିଡିଓ ଭାଇରାଲ ହୋଇଥିଲା।