ଆମେରିକା: ପୂର୍ବ ଉପକୂଳରେ ବରଫଝଡ ‘ସ୍ନୋଜିଲ୍ଲା’ର ତାଣ୍ଡବ, ୧୮ ମୃତ

ୱାସିଂଟନ୍: ଆମେରିକାର ପୂର୍ବ ଉପକୂଳରେ ‘ସ୍ନୋଜିଲ୍ଲା’ ନାମକ ବରଫ ଝଡ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ୧୮ଜଣଙ୍କର ମୃତ୍ୟୁ ଘଟିଥିବା ଶତାଧିକ ଲୋକ ଗୁରୁତର ହୋଇଛନ୍ତି। ଏଥିପାଇଁ ୧୦ ରାଜ୍ୟରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି। ‘ସ୍ନୋଜିଲ୍ଲା’ର ପ୍ରଭାବରେ ଆମେରିକାର ଉତ୍ତରପୂର୍ବରେ ପ୍ରବଳ ତୁଷାରପାତ ହୋଇଛି। ଏହା ପ୍ରଭାବରେ ନ୍ୟୁୟର୍କ ଓ ୱାସିଂଟନ ଡିସି ମଧ୍ୟରେ ଜାତାୟତ ଠପ୍ ହୋଇଛି।