ସୋମାଲିଆ ହୋଟେଲରେ ଆକ୍ରମଣ ଘଟଣା, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ମୋଗାଡିଶୁ: ମଙ୍ଗଳବାର ବିଳମ୍ବିତ ରାତିରେ ସୋମାଲିଆର ୨ଟି ହୋଟେଲ ଉପରେ ଆଇଏସ୍‌ ଆତଙ୍କୀ ଗ୍ରୁପ କାର ବୋମା ବିସ୍ଫୋରଣ କରିବା ଘଟଣାରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ସୋମାଲିଆର ଜଣେ ଉଚ୍ଚ ପଦସ୍ଥ ପୋଲିସ କର୍ମଚାରୀ ମେଜର ମହମ୍ମଦ ଅବ୍‌ଦୁଲ୍ଲାହି କହିଛନ୍ତି,“ମୋଗାଡିଶୁର ବିଭିନ୍ନ ହସ୍ପିଟାଲରେ ୫୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।”