ମନ୍ଦିର ପାଖରେ ବୁଢା ବାପାକୁ ଛାଡ଼ିଦେଇ ଗଲା ପୁଅ, ଫେରିବ ବୋଲି କହି ଆଉ ଫେରିଲାନି

 

ଚେନ୍ନାଇ: ପୁଅ ପାଇଁ ବୋଝ ହେଲା ୬୮ ବର୍ଷୀୟ ବୁଢା ବାପା । ପରିଣତ ବୟସରେ ଅଲୋଡ଼ା ହୋଇଗଲା ବାପା।   କାର୍‌ରେ ବସାଇ ବାପାଙ୍କୁ ମନ୍ଦିର ପାଖରେ ଛାଡ଼ିଦେଇ ଗଲା। ଆଉ ଗଲା ବେଳେ  ବାପାକୁ କହିଗଲା ତୁମେ ଏଠି ବସିଥାଅ ମୁଁ ସଙ୍ଗେ ସଙ୍ଗେ ଆସୁଛି। ହେଲେ ପୁଅ କିନ୍ତୁ ଫେରିଲାନି। ଆଉ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ଦେଖି ତାଙ୍କୁ ପଚରାଉଚୁରା କରିଥିଲେ।

ବୃଦ୍ଧ ଜଣକ ତା’ର ଦୁଃଖ ସମ୍ପର୍କରେ ବଖାଣିଥିଲେ। ଆଉ ଏବେ ପୋଲିସ ତାଙ୍କ ପୁଅକୁ ଖୋଜୁଛି।  ତାମିଲ୍‌ନାଡୁର ବଡାପାଲାନି ସହରରେ ଘଟିଛି ଏଭଳି ଘଟଣା। ଗୋପାଳ ନାମକ ଜଣେ ବୃଦ୍ଧ ସହରରେ ଥିବା ମୁରୁଗନ ମନ୍ଦିର ପାଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସିଥିଲେ। ଏପରି ଅବସ୍ଥାରେ ବସିଥିବାର ଦେଖି ଜି. ଚନ୍ଦ୍ରୁ ନାମକ ପୋଲିସ୍‌ ଇନିସ୍‌ପେକ୍ଟର ତାଙ୍କୁ ଏହାର କାରଣ ପଚାରିଥିଲେ। ବୃଦ୍ଧ ଜଣକ କହିଥିଲେ ଯେ, ତାଙ୍କ ପୁଅ ସୁବ୍ରମଣ୍ୟମ ଗୋଟିଏ କାରରେ ବସାଇ ତାଙ୍କୁ ଆଣି ମନ୍ଦିର ପାଖରେ ଛାଡ଼ି ଆସୁଛି ବୋଲି କହି ଚାଲିଗଲା ।   ଗଲା ବେଳେ କିଛି ଖାଦ୍ୟ ଥୋଇ ଦେଇ ଗଲା। ଆଉ ଶୀଘ୍ର ଫେରିଆସିବାକୁ କହି ଏଯାଏଁ ଆସିଲା ନାହିଁ ବୋଲି ବୃଦ୍ଧ ଜଣକ ଅଭିଯୋଗ କରିଥିଲେ।

ଏହାପରେ ପୋଲିସ୍ ଏକ ଆମ୍ବୁଲାନ୍ସ ଯୋଗେ ଗୋପାଳଙ୍କୁ ସରକାରୀ ଡାକ୍ତରଖାନା ନେଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମଙ୍ଗଡୁରର ଏକ ଆଶ୍ରମକୁ ପଠାଇଛି।  ଗୋପାଳଙ୍କ ପୁଅ ସୁବ୍ରମଣ୍ୟମ ଏକ ଫାର୍ମରେ କାମ କରନ୍ତି। ଏବେ ପୁଅକୁ  ଧରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ୍। ଏଥିପାଇଁ ମନ୍ଦିର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ କରୁଛି ପୋଲିସ। ପୋଲିସ କହିବା ଅନୁଯାୟୀଙ୍କ ସମ୍ପୃକ୍ତ ବୃଦ୍ଧଙ୍କ ପୁଅ ବୁଢା ବାପକୁ ଏକ ବୋଝ ଭାବି ଘରୁ ବାହାର କରିବା ପାଇଁ  ଏଭଳି ହୀନ ଚକ୍ରାନ୍ତ କରିତାଇପାରେ। । ଯଦି ଏମିତି ଘଟଣା ଘଟିଥାଏ ତେବେ ସିନିଅର ସିଟିଜେନ୍‌ ଆକ୍ଟ-୨୦୦୭ ଆଇନ ଅନୁଯାୟୀ ପୁଅ ବିରୋଧରେ ମାମଲା ରୁଜୁ କରାଯିବ।  ଏହି ଆକ୍ଟ ଅନୁଯାୟୀ ବାପାମା’ଙ୍କ ଭରଣପୋଷଣ ନେଇ ମାମଲା ରୁଜୁ ହୋଇପାରିବ ବୋଲି ପୋଲିସ କହିଛି।