ପୁଅ କଲା ବାପା ମା’ଙ୍କ ସେକ୍ସ ଭିଡିଓ: ପଠାଇଦେଲା ସାଙ୍ଗପାଖକୁ, ତାପରେ କଣ ହେଲା, ପଢନ୍ତୁ ରିପୋର୍ଟ

୧୩ବର୍ଷ ବୟସର ପୁଅର ବାପାମାଆ ଏବେ ସାଇବର୍ ପୋଲିସ୍ ଷ୍ଟେସନରେ ଫେରାଦ୍ ହୋଇଛନ୍ତି। ଏଥିପାଇଁ ଯେ, ପୁଅର ଫେସବୁକ୍ ସାଙ୍ଗ ତାଙ୍କୁ ବ୍ଳାକମେଲ୍‌ କରୁଛି। କହୁଛି ତା’ ପାଖରେ ଅଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ। କୋଟିଏ ଟଙ୍କ। ନ ଦେଲେ ସେ ସେହି ଭିଡିଓକୁ ପର୍ଣ୍ଣ ସାଇଟ୍‌ରେ ଛାଡ଼ି ଦେବ ବୋଲି ଧମକ୍ ଦେଉଛି।

ଏ ଘଟଣା ଯେତିକି ସମ୍ୱେଦନଶୀଳ ସେତିକି ଲଜ୍ଜା ବି। ଶୁଣିଲେ ଆପଣଙ୍କ ମୁଣ୍ଡରେ ବି ଲଜ୍ଜାରେ ନଇଁଯିବ। କାରଣ ପୁଅ ଲୁଚିଛପି ନିଜ ବାପାମାଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଭିଡିଓଗ୍ରାଫି କରିଛି। ଏହି ଭିଡିଓକୁ ପଠାଇ ଦେଇଛି ନିଜ ଫେସବୁକ୍ ସାଙ୍ଗ ପାଖକୁ। ଯାହାକୁ ସେ କେବେ ଖାଲି ଆଖିରେ ଦେଖିନି କି ଚିହ୍ନିନି। ବାଙ୍ଗ।ଲୁରୁର ମାଗାଡି ରୋଡସ୍ଥିତ ହେରାହାଲିରେ ରହନ୍ତି ଏହି ବିଗିଡି ଯାଇଥିବା ପୁଅର ବାପାମାଆ।

ବାପାଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ ଜୁନ୍ ୧୬ ତାରିଖରେ ସହ ଫେସବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲା ତେଜାଲ୍ ପଟେଲ୍ ନାମକ ସେହି ବ୍ଳାକ ମେଲର। ଧୀରେ ଧୀରେ ଉଭୟଙ୍କ ଭିତରେ ବନ୍ଧୁତା ବଢିଲା। ଚାଟିଂ ଉଭୟଙ୍କୁ ନିକଟତର କଲା।

ଗତ ଏପ୍ରିଲ୍ ମାସରୁ ତେଜାଲ୍ ତାଙ୍କ ପୁଅ ପାଖକୁ ଅଶ୍ଳୀଳ  ଭିଡିଓ ପଠାଇବା ଆରମ୍ଭ କରିଥିଲା। ଖାସ୍ କରି ଲଗାତାର୍ ପଠାଇ ଚାଲିଲା ଚାଇଲ୍ଡ ପର୍ଣ୍ଣଗ୍ରାଫି। ଏପରିକି ସେ ମତାଇ ମତାଇ ଏ ପୁଅ ଠାରୁ ତାର ଅଶ୍ଳୀଳ ଫଟୋ ନେବାରେ ସକ୍ଷମ ହୋଇଯାଇଥିଲା।

ଧୀରେ ଧୀରେ ପୁଅ ପଡି ଯାଇଥିଲା ଫେସବୁକ୍ ନିଶାରେ। ସ୍କୁଲ୍‌ରୁ ଫେରିବା ପରେ ମୋବାଇଲ୍ ଛାଡୁ ନଥିଲା। ଏକାକି ଘଣ୍ଟାଘଣ୍ଟା ଧରି ବସୁଥିଲା। ପ୍ରଥମେ ଯୁବକ ଜଣକ ପୁଅ ଉପରେ ଚାପ ପକାଇ ତାର ନ୍ୟୁଡ୍ ଫଟୋ ନେଇ ଯାଇଥିଲା। ଏହାପରେ ପରିବାରର ଲୋକଙ୍କ ନ୍ୟୁଡ୍ ଫଟୋ ପଠାଇବାକୁ ବାଧ୍ୟ କରିଥିଲା।