ହସପିଟାଲ୍‌ରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀର ଗଙ୍ଗାରାମ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି।  ଖାଦ୍ୟ ବିଶାକ୍ତ ଯୋଗୁ ସେ ଅସୁସ୍ଥ ହୋପଡ଼ିଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିଥିବା ବେଳେ ବୁଧବାର ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି। ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚାର ପରିସରରେ ଅଛନ୍ତି ସୋନିଆ। ୨୦୧୬ରେ  ବାରଣାସୀରେ ଏକ ରୋଡ଼୍‌ସୋରେ ସୋନିଆ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀ ଅଣାଯାଇ ଆର୍ମି ରିସର୍ଚ୍ଚ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ଭାଇରାଲ ଫିବର ଯୋଗୁ ସୋନିଆଙ୍କୁ ପୁଣି ଥରେ ଗତ ନମ୍ଭେମ୍ବରରେ ଗଙ୍ଗାରାମ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପରେ ତାଙ୍କୁ ହସ୍‌ପିଟାଲରୁ ମୁକ୍ତି ମିଳିଥିଲା। କୁହାଯାଉଛି ଏହି କାରଣରୁ ସୋନିଆ ଗତ ବିଧାନସଭା ନିର୍ବାଚନରେ ପ୍ରଚାର କରିପାରି ନ ଥିଲେ।  ପୁଣି ଗତ ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସୋନିଆ ପୁଅ ରାହୁଲ ଗାନ୍ଧୀଙ୍କ ସହ ବିଦେଶ ଯାଇଥିଲେ।  ଏବେ ପୁଣି ଥରେ ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।