ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ୍‌ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ସେ ସୋନିଆ ଗାନ୍ଧୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି।

ନଭେମ୍ବର ୮ତାରିଖରେ ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଆସୁଛି। ସଂସଦ ଭିତରେ ଓ ବାହାରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଚଳାଇଛି। ଏହାସତ୍ତ୍ୱେ ମୋଦି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।