ନୂଆ ସୌରମଣ୍ଡଳର ସନ୍ଧାନ କଲେ ଆମେରିକୀୟ ବୈଜ୍ଞାନିକ

ୱାସିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ବୈଜ୍ଞାନିକ ଆଉ ଏକ ସୌରମଣ୍ଡଳର ସନ୍ଧାନ ପାଇଛନ୍ତି। ଏହା ପୃଥିବୀଠାରୁ ୩୯ ଆଲୋକବର୍ଷ (୩୭୮ ଲକ୍ଷ କୋଟି କିମି) ଦୂରରେ ରହିଛି। ଏଥିରେ ୭ଟି ବୃହତକାୟ ଗ୍ରହ ରହିଥିବା ନାସା ବୈଜ୍ଞାନିକ କହିଛନ୍ତି। ସୂର୍ଯ୍ୟ ଭଳି ଆଉ ଏକ ତାରା ଚାରିପାଖରେ ଏହି ଗ୍ରହମାନେ ପରିକ୍ରମା କରୁଛନ୍ତି।

ଏକ ତାରା ଚାରି ପାଖରେ ଏତେ ସଂଖ୍ୟକ ଗ୍ରହ ପରିକ୍ରମଣ କରିବା ସନ୍ଧାନ ମିଳିବା ପ୍ରଥମ ଘଟଣା। ଅନ୍ତରୀକ୍ଷଣରେ ଜୀବନ ସନ୍ଧାନ ଲାଗି ଏହା ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି। ଏହି ସୌରମଣ୍ଡଳ ମଧ୍ୟରେ ଥିବା ତାରାର ଆକାର ସୂର୍ଯ୍ୟଙ୍କ ଆକାରର ଦଶ ଭାଗରୁ ଭାଗେ ଓ ଏହାର ଉତ୍ତାପ ସୂର୍ଯ୍ୟଙ୍କ ଉତ୍ତାପର ଏକ ଚତୁର୍ଥାଂଶ ହେବ ବୋଲି ଅନୁମାନ କରାଯାଉଛି।