ଦକ୍ଷିଣ ସୁଦାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ୨୫ ମୃତ

ଜୁବା: ଦକ୍ଷିଣ ସୁଦାନରେ ବୁଧବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦକ୍ଷିଣ ସୁଦାନର ରାଜଧାନୀ ଜୁବାରୁ ଅପର୍ ନିଲେ ଷ୍ଟେଟର ପାଲୋଚକୁ ବିମାନଟି ଯାଉଥିଲା। ଜୁବା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ପୋର୍ଟରୁ ମାତ୍ର ୮୦୦ ମିଟର ଦୂରତାରେ ଏହା ଦୁର୍ଘଟଣାଗ୍ରସ୍ତ ହୋ ଖସି ପଡ଼ିଥିଲା।