ବିମାନରେ ମାଗଣା ଯାତ୍ରା କରିବାକୁ ଅଫର୍‌

ନୂଆଦିଲ୍ଲୀ: ଯଦି ଆପଣ ଚଳିତ ବର୍ଷ କିମ୍ୱା ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି। ତା’ହେଲେ ଫ୍ରିରେ ଉଡାଜାହାଜ ଯାତ୍ରା କରି ପାରିବେ। ସ୍ପାଇସ୍‌ଜେଟ୍‌ ଆଣିଛି ଏମିତି ଏକ ସ୍ୱତନ୍ତ୍ର ଅଫର୍‌। ଏହାର ନାଁ ରହିଛି ‘ସ୍ପାଇସ୍‌ଜେଟ୍‌ ଫ୍ଲାଏ ଫର୍‌ ଫ୍ରି ଅଫର୍‌’। ଏହି ଅଫର୍‌ ଅନୁସାରେ ଆପଣ ଆସନ୍ତାବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିକେଟ୍ ବୁକ୍‌ କରିପାରିବେ।

ଏହି ଅଫର୍‌ ଫାଇଦା ନେବାକୁ ଚାହୁଁଥିଲେ ପ୍ରଥମେ ସ୍ପାଇସ୍‌ଜେଟ୍‌ ୱେବସାଇଟ୍‌ରେ ଟିକେଟ୍‌ ବୁକ୍‌ କରିବାକୁ ହେବ। ଟିକେଟ୍‌ ବୁକ୍‌  ହୋଇଗଲେ, ଆପଣଙ୍କ ନିକଟକୁ କନ୍‌ଫର୍‌ମେସନ୍‌ ମେଲ୍‌ ଆସିବ। ଏଥିରେ ପିଏନ୍‌ଆର୍ ଓ ଭାଉଚର୍‌ କୋଡ୍‌ ମଧ୍ୟ ଆସିବ।

ଏହି ଅଫର୍‌ର ଫାଇଦା ଉଠାଇବାକୁ ଚାହୁଁଥିଲେ ୩୧ ଡିସେମ୍ୱର ପୂର୍ବରୁ ଟିକେଟ୍ ବୁକ୍‌ କରିବାକୁ ହେବ। ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆପଣ ଟିକେଟ୍‌ ବୁକ୍‌ କରିପାରିବେ।