କଥା ଦେଲି, ‘ପ୍ରତିଶ୍ରୁତି ନ ପାଳିଲେ ଇସ୍ତଫା ଦେବି’

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ଏଣିକି ଫିଲ୍ମରେ ନୁହେଁ ରିଅଲ ଲାଇଫ୍‌ରେ ସାଜିବେ ଲୋକଙ୍କ ତ୍ରାଣକର୍ତ୍ତା। ସୁଖ ଦୁଃଖ ବୁଝିବାକୁ ସତସତିକା ରାଜନୀତିରେ ପ୍ରବେଶ କରିଛନ୍ତି ଏହି ପ୍ରକ୍ଷାତ କଳାକାର। ଆଜି ସକାଳେ ସକ୍ରିୟ ରାଜନୀତିରେ ପ୍ରବେଶ ନେଇ ତାଙ୍କ ଘୋଷଣା ପ୍ରଚାରିତ ହେବା ପରେ ତାମିଲନାଡୁ ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ବିଗୁଲ୍‌ ବାଜି ସାରିଛି। ଏହି ଘୋଷଣା କରିବା ସମୟରେ ମନକଥା କହିବାକୁ ଯାଇ ରଜନୀକାନ୍ତ କହିଥିଲେ “ଏବେ ସ୍ଥାନୀୟ ନିର୍ବାଚନ ଲଢିବାକୁ ତାଙ୍କ ପାଖରେ ସମୟ ନାହିଁ, ଏଣୁ ସିଧାସଳଖ ସକ୍ରିୟ ରାଜ୍ୟ ରାଜନୀତିରେ ସେ ଯୋଗ ଦେବାକୁ ଯାଉଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ସେ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବେ। ରଜନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତାଙ୍କ ଦଳ ସତ୍ତାକୁ ଆସିବା ପରେ ଯଦି ୩ ବର୍ଷ ଭିତରେ ପ୍ରତିଶ୍ରୁତି ପାଳନ କରିବାକୁ ଅସମର୍ଥ ରହିବ ତା ହେଲେ ସେ ଇସ୍ତଫା ଦେଇଦେବେ।

ଆସନ୍ତୁ ଜାଣିବା ରଜନୀ କହିଥିବା କିଛି ମଞ୍ଜ କଥା

  •  ୨୦୨୧ରେ ଆମ ପାର୍ଟି ରାଜ୍ୟର ୨୩୪ ବିଧାନସଭା ଆସନରେ ନିର୍ବାଚନ ଲଢିବ।
  • ୨୦୧୯ରେ ସଂସଦୀୟ ନିର୍ବାଚନ ଲଢିବା ନେଇ ଉଚିତ୍‌ ସମୟରେ ନିର୍ଣ୍ଣୟ ହେବ।
  • ଯଦି ସତ୍ତାରେ ଆସିବାର ୩ ବର୍ଷ ଭିତରେ ପ୍ରତିଶ୍ରୁତି ପାଳନ କରିବାକୁ ଅସମର୍ଥ ହେବୁ ତ ମୁଁ ଇସ୍ତଫା ଦେଇଦେବି।
  • ମୁଁ ଭିରୁ ନୁହେଁ, ତାମିଲନାଡୁବାସୀଙ୍କୁ ତଳକୁ ଯିବାକୁ କେବେବି ଦେବିନି। ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଭିତ୍ତିରେ କାମରେ ଲଗାଇବି।
  • ମୋ ପାର୍ଟିରେ କାମ କରିବାକୁ “କ୍ୟାଡର” ନୁହେଁ ମୁଁ “ଗାର୍ଡ” ଚାହୁଁଛି। ଯେଉଁମାନେ କିଛି ତ୍ରୁଟି ହେଉଥିବା ଦେଖିଲେ ସ୍ୱର ଉତ୍ତୋଳନ କରିବାର ସାମର୍ଥ୍ୟ ରଖିଥିବେ।
  • କ୍ଷମତା ଲୋଭରେ ରାଜନୀତିକୁ ଆସିନି। ନ ଚତ୍‌ ଢେର ଆଗରୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୋ ପାଖରେ ପ୍ରସ୍ତାବ ରହିଥିଲା। ଯାହାକୁ ମୁଁ ପ୍ରତ୍ୟାକ୍ଷାନ କରି ସାରିଛି।
  • ଏବେ ରାଜ୍ୟରେ ପରିବର୍ତ୍ତନର ବେଳ ଆସିସାରିଛି। ମୁଁ ସୁଶାସନର ପ୍ରତିଶ୍ରୁତି ଦେଉଛି।
  •  ଆମ ପାର୍ଟିର ନାରା ହେଉଛି “ ଭଲ କର, ଭଲ କୁହ, ତ କେବଳ ଭଲ ହେବ”।
  • କୋଟିପତି ଲୋକ ପଛରେ ଦୌଡିବା ଅପେକ୍ଷା ପିତାମାତାଙ୍କ ସେବା କରିବା ଢେର ଗୁଣରେ ଭଲ(ସମେବେତ ଜନତାଙ୍କ ଉଦ୍ଦେଶ୍ୟରେ)