ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଖିବେ ଫିଲ୍ମ ‘ହିଚ୍‌କି’

ମୁମ୍ବାଇ: ଅନେକ ଦିନର ଅନ୍ତର ପରେ ପରଦାକୁ ଫେରିଛନ୍ତି ରାଣୀ ମୁଖାର୍ଜୀ ଫିଲ୍ମ ‘ହିଚ୍‌କି’ ସହ। ଏଥିରେ ରାଣୀଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍ ଖୁସି କରିଛି। ଫିଲ୍ମଟି ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ପ୍ରେରଣା ରହିବ। ଫିଲ୍ମରେ ରାଣୀ ‘ଟୋରେଟ୍‌ ସିଣ୍ଡ୍ରମ୍‌’ ରୋଗରେ ପୀଡିତ। ଏହା ଏକ ନ୍ୟୁରୋ ସାଇକାଟ୍ରିକ୍‌ ଡିସ୍‌ଅର୍ଡର। ଯାହାଦ୍ୱାରା ରୋଗୀ ବାରମ୍ବାର ଅନାବଶ୍ୟକ ଚାଲିଚଳନ କରିବା ସହ ମଝିରେ ମଝିରେ ଭୟଙ୍କର ଶବ୍ଦ ବାହାର କରିଥାଏ। ରାଣୀଙ୍କୁ ମଧ୍ୟ ଫିଲ୍ମରେ ଠିକ୍‌ ଏମିତି ହିଁ ଦେଖାଯାଇଛି। ଫିଲ୍ମରେ ରାଣୀ ବାରମ୍ବାର ମୁଣ୍ଡ ଛାଟୁଛନ୍ତି ଓ ଥୋଡିକୁ ଘସୁଛନ୍ତି। ତଥାପି ରାଣୀଙ୍କର ଇଚ୍ଛା ଶିକ୍ଷୟତ୍ରୀ ହେବାକୁ। ଅନେକ ବାଧା ବିଘ୍ନ ଓ ସମାଲୋଚନା ପରେ ରାଣୀ କେମିତି ଜଣେ ଶିକ୍ଷୟତ୍ରୀ ହେଉଛନ୍ତି ତାହା ହେଉଛି ପୂରା କାହାଣୀ।

rani୨୩ ମାର୍ଚ୍ଚରେ ଫିଲ୍ମଟି ରିଲିଜ୍‌ ହୋଇଥିଲା। ପିଲ୍ମଟି ବକ୍ସ ଅଫିସରେ ସଫଳତା ପାଇଛି। ଦର୍ଶକଙ୍କ ପ୍ରସଂଶା ସାଉଁଟିବା ପରେ ଏବେ ଏହି ଫିଲ୍ମକୁ ଦେଖିବାକୁ ଯାଉଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାଷ୍ଟ୍ରପତି ଭବନରେ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଛି। ଏପରି ଏକ ପ୍ରେରଣାଦାୟକ ଫିଲ୍ମକୁ ରାଷ୍ଟପତିଙ୍କୁ ଦେଖାଇବା ଗର୍ବର କଥା ବୋଲି ଫିଲ୍ମର ନିର୍ଦ୍ଦେଶକ ସିଧାର୍ଥ ମଲହୋତ୍ରା କହିଛନ୍ତି।

rani