୧୨ ଟଙ୍କାରେ ବିମାନ ଯାତ୍ରା : ବିଦେଶ ଭ୍ରମଣ ବି କରିପାରିବେ, ପଢନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ

ନୂଆଦିଲ୍ଲୀ: ୧୨ ଟଙ୍କାରେ ବିମାନ ଯାତ୍ରା।  ମାତ୍ର ୧୨ ଟଙ୍କା ଦେଇ ଆପଣ ଆକାଶରେ ଉଡ଼ିବାର  ମଜା ନେଇପାବେ। ସେ ପୁଣି ଉଭୟ ଦେଶ ଓ ଦେଶ ବାହାରକୁ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ସତ ହେଲେ ଏମିତି କିଛି ମନଲୋଭା ଅଫର ନେଇ ଆସିଛି ସ୍ପାଇସ୍‌ ଜେଟ୍‌।  କିନ୍ତୁ ଏହି ମାଲାମାଲ୍ ଅଫର ସୁବଦିନ ପାଇଁ ନୁହେଁ। ଏଥିପାଇଁ ଟିକେଟ ବିକ୍ରିର ସୁବିଧା  ମେ’ ୨୩ରୁ ଆରମ୍ଭ ହୋଇ ମେ ୨୮ ପର୍ଯ୍ୟନ୍ତ ଉପଲବ୍ଧ  ହେବ।

ସ୍ପାଇସ୍‌ ଜେଟର ଦ୍ୱାଦଶ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ଏହି  ଅଫର ଘୋଷଣା କରାଯାଇଛି।  ତେବେ ଟିକେଟ କାଟିଥିବା ସମସ୍ତ ବ୍ୟକ୍ତି ଯାତ୍ରା କରିପାରିବେ ନାହିଁ। ଏଥିପାଇଁ ଲକି ଡ୍ରର ବ୍ୟବସ୍ଥା ରହିଛି। ଏଥିରେ ଯେଉଁମାନେ ବିଜେତା ହେବେ ସେମାନେ ଏହି ଯାତ୍ରାର ମଜା ନେଇପାରିବେ।  ବୁକିଂ ହୋଇଥିବା ଟିକେଟର ଅବଧି ଜୁନ୍‌ ୨୬ରୁ ୨୦୧୮  ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟସୀମା ମଧ୍ୟରେ ଯାତ୍ରୀମାନେ ସେମାନେ ଚାହୁଁଥିବା ସ୍ଥାନ ବୁଲିପାରିବେ।  ଏହି ୧୨ ଟଙ୍କା ଟିକେଟ ଭିତରେ କୌଣସି ପ୍ରକାର ସର୍‌ଚାର୍ଜ ଯୋଡ଼ାଯିବ ନାହିଁ। ସେହିପରି ଲକି ଡ୍ରରେ ଟିକେଟ ପାଇଥିବା ବ୍ୟକ୍ତିଙ୍କୁ ହୋଟେଲରେ ରହିବା ପାଇଁ ୧୦ ହଜାର ଟଙ୍କାର ଫ୍ରି-ଭାଉଚର ମିଳିବ। ମଙ୍ଗଳବାର କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି।