ଜୟସୂରିୟାଙ୍କ ବିରୋଧରେ ବଡ଼ ଅଭିଯୋଗ; ପତ୍ନୀଙ୍କ ସେକ୍ସ ଭିଡିଓ କରିଛନ୍ତି ଲିକ୍

କଲୋମ୍ୱୋ: ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ ସନତ ଜୟସୂରିୟା ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କ୍ରିକେଟ୍‌ରେ ଶତକ କରି କିମ୍ୱା ନିଜ ଟିମ୍‌କୁ ଜିତାଇଥିବା ପାଇଁ ଚର୍ଚ୍ଚାରେ ନାହାନ୍ତି। କାରଣ ସେ ବହୁ ଦିନରୁ ଅବସର ନେଇ ସାରିଛନ୍ତି। ଜୟସୂରିୟା ତାଙ୍କ ପତ୍ନୀଙ୍କ ପ୍ରାଇଭେଟ୍ ଭିଡିଓ ଲିକ୍ କରିଥିବା ଅଭିଯୋଗ ହୋଇଛି। କ୍ରିକେଟ୍‌ ଜଗତରେ ଆଶାତୀତ ସଫଳତା ପାଇଥିବା ଜୟସୂରିୟା ପର୍ସନାଲ ଲାଇଫ୍‌ରେ କିନ୍ତୁ ବିବାଦ ଭିତରେ ଫଶି ରହିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ତିନି ଥର ବାହାହୋଇ ସାରିଛନ୍ତି।

ତାଙ୍କର ପ୍ରଥମ ବାହାଘର ଗୋଟିଏ ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା।  ଦ୍ୱିତୀୟ ପତ୍ନୀଙ୍କର ୩ଟି ସନ୍ତାନ ଥାଇ ମଧ୍ୟ ସେ ତୃତୀୟ ଥର ବିବାହ କରିଥିଲେ। ତେବେ ତାଙ୍କର ଏହି ବୈବାହିକ ଜୀବନ ବି ବେଶି ଦିନ ତିଷ୍ଠି ନ ଥିଲା।  ତାଙ୍କ ତୃତୀୟ ପତ୍ନୀ କୌଣସି କାରଣରୁ ତାଙ୍କୁ ଛାଡ଼ି ପଳାଇଥିଲେ। ଏହାପରେ ସେ ଦେଶର ଜଣେ ବଡ଼ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ଏବେ ସେହି ତୃତୀୟ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଜୟସୂରିୟା ତାଙ୍କର ପ୍ରାଇଭେଡ୍‌ ଭିଡିଓ ଲିକ୍ କରିଛନ୍ତି। ରାଗ ରଖି ଜୟସୂରିୟା ଏପରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଜୟସୂରିୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।

କୁହାଯାଉଛି ଏହି ଭିଡିଓ କ୍ଲିପ୍ ଆଉ କାହା ହାତରେ ଲାଗି ଯାଇଛି ଓ ସେ ଏହାକୁ ଅପଲୋଡ୍‌ କରି ଦେଇଛି। ଅଯଥାରେ ଜୟସୂରିୟାଙ୍କ ଉପରେ ଦୋଷ ଲଦା ଯାଉଛି। କାରଣ ଜୟସୂରିୟାଙ୍କ ଶ୍ରୀଲଙ୍କାରେ ବେଶ ଆଦର ରହିଛି। ସେ ରାଜନୀତିରେ ସକ୍ରିୟ ଥିବାରୁ ତାଙ୍କ ଛବିକୁ ମଳିନ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଯଦି ସେ ନିଜେ ଏହି ଭିଡିଓ ଅପଲୋଡ୍‌ କରିଥିବେ ତା’ହେଲେ ଏହା ସବୁଠାରୁ  ଲଜ୍ଜାଜନକ ବିଷୟ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌